ଝିଆରୀ ବାହାଘରରେ ଯୋଗଦେଲେ ଯୋଗୀ

add-all

ଲକ୍ଷ୍ନୌ : ଗୋରଖନାଥ ମଠରେ ଯୋଗଦେବା ପରଠାରୁ ପରିବାର ସହ ସମ୍ପର୍କ ତୁଟାଇଥିବା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅାଦିତ୍ୟନାଥ ଥରେ ଅଧେ ନିଜ ଘରକୁ ଯାଇଥିଲେ; କିନ୍ତୁ ଶୁକ୍ରବାର ସେ ଉତ୍ତରାଖଣ୍ଡର ପୌଡ଼ି ଜିଲା ଅନ୍ତର୍ଗତ ପଞ୍ଚୁର ଗ୍ରାମସ୍ଥିତ ନିଜ ଘରକୁ ଯାଇ ବଡ଼ ଭାଇଙ୍କ ଝିଅ ଅର୍ଚ୍ଚନା ବିଷ୍ଟଙ୍କ ବିବାହ ଉତ୍ସବରେ ଯୋଗ ଦେଇଥିବା ଜଣାପଡ଼ିଛି। ଅର୍ଚ୍ଚନା ଭାରତୀୟ ରେଳପଥରେ କାର୍ଯ୍ୟରତ ମନୋଜଙ୍କୁ ବିବାହ କରିଛନ୍ତି। ନିରାଡ଼ମ୍ବର ଭାବେ ଆୟୋଜିତ ଏହି ଉତ୍ସବରେ ଉତ୍ତରାଖଣ୍ଡ ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ ଗୁରମିତ ସିଂହ ଓ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ସହ ସ୍ଥାନୀୟ ସାଂସଦ ଓ ବିଧାୟକ, ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ ମଧ୍ୟ ଯୋଗ ଦେଇଥିବା ପ୍ରକାଶ। ଯୋଗୀ ତିନି ଦିନିଆ ଉତ୍ତରାଖଣ୍ଡ ଗସ୍ତରେ ଯାଇଥିଲେ।

ad-week
Leave A Reply

Your email address will not be published.