ଟ୍ୱିନ ସିଟିରେ ଗାଡି ଚେକିଂ କଡାକଡି

add-all

ଭୁବନେଶ୍ବର: ଆଜିଠୁ ଟ୍ୱିନ ସିଟିରେ ପୁଣି ଆରମ୍ଭ ହେବ ଗାଡି ଚେକିଂ। ଗାଡି ଚେକିଂ କଡାକଡି ହେବ ବୋଲି କମିଶନରେଟ୍ ପୋଲିସ ପୂର୍ବରୁ ସଚେତନ କରିଛି। ଚେକିଂ ପୂର୍ବରୁ ବିକଟାଳ ହର୍ଣ୍ଣ, କଳା କାଚ ନଲଗାଇବାକୁ ତାଗିଦ କରିଛି କମିଶନରେଟ୍ ପୋଲିସ। ଚେକିଂ ପୂର୍ବରୁ କାଢି ଦିଅନ୍ତୁ ନଚେତ୍ ଧରାପଡିଲେ ଜୋରିମାନା ଗଣିବେ ବୋଲି ସତର୍କ କରିଛି କରିଛି ବିଭାଗ ।

କମିଶନରେଟ୍ ପୋଲିସର ଏହି ସ୍ପେଶାଲ ଡ୍ରାଇଭରେ ଲାଇସେନ୍ସ, ହେଲମେଟ ତଥା ଗାଡ଼ିର ଇନ୍ସୁରାନ୍ସ ଓ ପଲ୍ୟୁସନ ଆଦି ଚେକିଂ ହେବ। ଏହାସହ ଗାଡ଼ିରେ ବିକଟାଳ ହର୍ଣ୍ଣ ତଥା କଳାକାଚର ଯାଞ୍ଚ ହେବ। ଏଗୁଡ଼ିକ ପାଇଁ ମୋଟ ଅଙ୍କର ଜୋରିମାନା ଲାଗିବ ବୋଲି ପୋଲିସ ପକ୍ଷରୁ ଚେତାବନୀ ଦିଆଯାଇଛି।

କୋଭିଡ୍ ମହାମାରୀ ସମୟରୁ ଟ୍ଵିନ ସିଟିରେ ଯାନବାହନ ଯାଞ୍ଚ ବନ୍ଦ ରହିଥିଲା। ଏବେ ପୁଣି ଏହାକୁ ଆରମ୍ଭ କରିବାକୁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି।

ad-week
Leave A Reply

Your email address will not be published.