ଗଡିଲା ଶ୍ରମିକ ସଚେତନତା ରଥ

add-all

ଛତ୍ରପୁର, : ଆଜି ଠୁ ଗଡିଲା ଶ୍ରମିକ ସଚେତନତା ରଥ,ଏହି ରଥ ଏକ ମାସ ଧରି ଛତ୍ରପୁର ଶ୍ରମ ବିଭାଗ ଅଧିନରେ ଥିବା ସମସ୍ତ ଅଂଚଳ ବୁଲି ଲୋକଙ୍କୁ ସଚେତନତା କରାଇବ । ଅଣ ସଂଗଠିତ ଶ୍ରମିକଙ୍କ ସାମାଜିକ ସୁରକ୍ଷା ଓଡିଶା ସରକାରଙ୍କ ପ୍ରାଥମିକତା । ଆନ୍ତରାଜ୍ୟ ପ୍ରବାସୀ ଶ୍ରମିକ କଣ ସବୁ ସୁବିଧା ପାଇବେ ,ଶିଶୁ ଶ୍ରମ ମୁକ୍ତ ଓଡିଶା ଗଠନ ଆଦି ନେଇ ଏହି ରଥ ସଚେତନତା କରାଇବ । ଏନେଇ ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସର ରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ସବୁଜ ପତାକା ଦେଖାଇ ଏହା ଶୁଭଆରମ୍ଭ କରିଛନ୍ତି, ଏହି ଅବସର ରେ ଛତ୍ରପୁର ଜିଲ୍ଲା ଶ୍ରମ ଅଧିକାରୀ ବର୍ଷାରାଣି ଜେନା, ସହକାରୀ ଶ୍ରମ ଅଧିକାରୀ ରଶ୍ମୀରେଖା ପଣ୍ଡା ଙ୍କ କାର୍ଯ୍ୟାଳୟ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.