ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

add-all

ହିଞ୍ଜିଳିକାଟୁ ୧୧/୨ : ଘରୋଈ ବସ ମାଲିକ ସଂଘ ଏବଂ ଶଙ୍କର ଚକ୍ଷୁ ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ହିଞ୍ଜିଳିକାଟୁ ଵସ ଟର୍ମିନାଲ ପରିସରରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା। ଉକ୍ତ ଶିବିରରେ ସ୍ଥାନୀୟ ଅଞ୍ଚଳର ୮୫ ଜଣ ଲୋକଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିଲା। ସେହିପରି ୭୦ ଜଣଙ୍କୁ ଚଷମା ପ୍ରଦାନ କରାଯାଇଥିବା ବେଳେ ୧୦ ଜଣଙ୍କ ପରଳ ଚିକିତ୍ସା ନିମନ୍ତେ ସମରଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟକୁ ଯିବା ପାଇଁ ପରାମର୍ଶ ଦିଆଯାଇଛି।ଏହି ଶିବିରରେ ଶଙ୍କର ଚକ୍ଷୁ ଚିକିତ୍ସାଳୟ ପକ୍ଷରୁଚିତ୍ରସେନ ଗୈାଡ ,ସାଗର ମହାନ୍ତି, ଗଣେଶ ସାହୁ ,ସେଖ ତନଵିର ହୁସେନ ପ୍ରମୁଖ ଉପସ୍ଥିତ ରହି ଚକ୍ଷୁ ଚିକିତ୍ସା କରିଥିବା ଵେଳେ ଘରୋଇ ଵସ ମାଲିକ ସଂଘ ର ସୁଶାନ୍ତ ପ୍ରଧାନ,କୋରାମଣି ରାଉଳ,ରାକେଶ ସାହୁ,ପ୍ରତାପ ସାହୁ,ଅରୁଣ କୁମାର ନାହାକ ଶିବିର ଆୟୋଜନ କରିବା ସହ ପରିଚାଳନା କରିଥିଲେ।

ad-week
Leave A Reply

Your email address will not be published.