ଭିଜିଲାନ୍ସ ଜାଲରେ ତହସିଲଦାର, ୭ଟି ସ୍ଥାନରେ ଚାଲିଛି ଚଢାଉ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ । ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କ ଘରେ ରେଡ୍ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଭିଯୋଗରେ ଭୁବନେଶ୍ବର ଓ ବାଲେଶ୍ବରର ୭ଟି ସ୍ଥାନରେ ଚାଲିଛି ଚଢାଉ । ରେଡ୍ ରେ ୬ DSP, ୩ ଇନ୍ସପେକ୍ଟର, ୧୦ ASIସାମିଲ ଅଛନ୍ତି । ସ୍ପେଶାଲ ଜଜଙ୍କ ନିର୍ଦ୍ଦେଶରେ ଭିଜିଲାନ୍ସର ଚଢ଼ାଉ କରାଯାଉଛି । ରେମୁଣା କାର୍ଯ୍ୟାଳୟ, ବାଲେଶ୍ବର ଭଡ଼ାଘର , ଭୁବନେଶ୍ବରର ଶୈଳଶ୍ରୀବିହାର, ରୁଦ୍ରପୁର ଫ୍ଲାଟ, ବାଲେଶ୍ବରର କୁରୁଡ଼ା ଓ ସୋରସ୍ଥିତ ଘରେ ଚଢ଼ାଉ କରାଯାଉଛି।

nis-ad
Leave A Reply

Your email address will not be published.