ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ଉପ ଖଣ୍ଡ ପୋଲିସ ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟରେ ଚାରି ଚକିଆ ଯାନବାହାନ ପାର୍କିଙ୍ଗ ହେଉଥିବା ଯୋଗୁଁ ଟ୍ରାଫିକ ସମସ୍ୟା ଲାଗି ରହୁଛି। ଏହି କାର୍ଯ୍ୟାଳୟ ନିକଟରେ ଅଦାଲତ, ବ୍ୟାଙ୍କ,ସଵ ରେଜିଷ୍ଟେର ଅଫିସ,ଡ଼ାକଘର ଓ ସ୍କୁଲ ରହିଛି। ଆସିକା ସହର ର ଜନସାଧାରଣ ଏହି ରାସ୍ତା ଦେଇ ଚିକିତ୍ସାଳୟ, ବାଣୀବିହାର,ବିନାୟକ ବଜାର, ଲକ୍ଷ୍ମୀବଜାର ଓ ବସଷ୍ଟାଣ୍ଡ କୁ ଯାତାୟାତ କରନ୍ତି। ଆସିକା ପୋଲିସ ଉପ ଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟରେ ଚାରିଚକିଆ ଯାନ ପାର୍କିଙ୍ଗ କରୁଥିବା ଯୋଗୁଁ ଯାତାୟାତ ରେ ବାଧା ହେଉଛି। ଜବର ଦଖଲ ଯୋଗୁଁ ଆସିକା ସହର ରେ ଟ୍ରାଫିକ ସମସ୍ୟା ଲାଗି ରହୁଛି।
