
ବିରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ବିତମିତ୍ରପୁର ଥାନା ଅଧିନସ୍ତ ତଳସେରା ବାଘ୍ୟାଜୋର ୧୪୩ ନମ୍ବର ଜାତୀୟ ରାଜପଥ ଉପରେ ଗୋଟିଏ ଅଜଣା ଇସ୍କର୍ପିଓ ଧକ୍କା ଦେବା ଫଳରେ ବାଇକ ଚାଲାକ ଗୁରୁତର ଆହତ ! ବାଇକ ଚାଲାକ ଜଣେ ଜେସିପି ଅପ୍ରେଟର ବାଲି ଜଣା ପଡିଛି | ସ୍ବର୍ଗୀୟ ଦଶରୁ ପ୍ରଧାନଙ୍କ ପୁଅ ସୁଦାମା ପ୍ରଧାନ ୩୫ ବର୍ଷ ନିଜ କାମ ସାରି କୁଆଁରମୁଣ୍ଡା ପଟୁ ନିଜ ଘର ଲାସେ ପଞ୍ଚାୟତ ଅନ୍ତର୍ଗତ ବେସରାପାରା ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣା ପଡିଛି | କୌଣସି ସୂତ୍ରରୁ ଖବର ପାଇଁ ବିରମିତ୍ରପୁର ପୋଲିସ ଘଟଣା ସ୍ଥଳରେ ପହୁଁଚି ଗୁରୁତର ହୋଇଥିବା ସୁଦାମାକୁ ସଙ୍ଗେ ସଙ୍ଗେ ପୋଲିସ ଭେନରେ ବିରମିତ୍ରପୁର ଗୋଷ୍ଠୀ ସ୍ଵାସ୍ଥ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ | ଏବଂ ବିରମିତ୍ରପୁର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣା ପଡିଛି |