ଶହୀଦ ବଗା ପୂଜାରୀଙ୍କ ୮୩ ତମ ବଳିଦାନ ଦିବସ ପାଳିତ

youtube

ନବରଙ୍ଗପୁର : ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ବଡଭରଣ୍ଡି ଠାରେ ନବରଙ୍ଗପୁର ଜିଲ୍ଲାର ପ୍ରଥମ ଶହୀଦ ବଗା ପୂଜାରୀଙ୍କ ୮୩ତମ ଶ୍ରାଦ୍ଧ ଦିବସ ବା ଆତ୍ମ ବଳିଦାନ ଦିବସ ପାଳିତ ହୋଇଯାଇଛି‌। ପ୍ରତିବର୍ଷ ଏହି ଦିବସକୁ ବଗା ପୁଜାରୀ ଙ୍କ ନାତୁଣି ତଥା ଉମରକୋଟ ର ପୁର୍ବତନ ବିଧାୟିକା ତଥା ପୁର୍ବତନ ମହିଳା ମନ୍ତ୍ରୀ ଶ୍ରୀମତୀ ପରମା ପୁଜାରୀ ପାଳନ କରି ଆସୁଛନ୍ତି। କାର୍ଯ୍ୟକ୍ରମ ଆରମ୍ଭରୁ ପ୍ରଥମେ ସ୍ମୃତିସ୍ତମ୍ବ ନିକଟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ ସ୍ମୃତିସ୍ତମ୍ବ ନିକଟ ରେ ଶହୀଦ୍ ବଗା ପୂଜାରୀ ଙ୍କୁ ଗାର୍ଡ ଅଫ ଅନର ଦିଆଯାଇ ଥିଲା। “ଘରନୁ ଗୋଡ଼ କାଢିଲି ବୋଇଲେ ସ୍ୱରାଜ ନାଇ ଆସବା ପତେ ଘରେ ନା ଲେଉଟେ” (ଘରୁ ଗୋଡ଼ ବାହାର କରିଛି ମାନେ ସ୍ବରାଜ ନଆସିବା ଯାଏ ଘରକୁ ଫେରିବି ନାହିଁ)। ଏହାଥିଲା ବଗା ପୂଜାରୀ ଙ୍କ ଶେଷବାଣୀ ଥିଲା ବୋଲି କହିଛନ୍ତି ତାଙ୍କ ନାତୁଣୀ ପରମା ପୂଜାରୀ। । ୧୯୪୨ ମସିହାରେ ଭାରତ ଛାଡ଼ ଆନ୍ଦୋଳନ ରେ କୋରାପୁଟ ଜେଲରେ ୧୧ ଫେବୃଆରୀ ଦିନ ବ୍ରିଟିଶ ସରକାରଙ୍କ ନିର୍ଯ୍ୟାତନରେ ପ୍ରଥମ ଶହିଦ ହୋଇଥିଲେ ନବରଙ୍ଗପୁର ମାଟିର ବଗା ପୂଜାରୀ। ଏହି କାର୍ଯ୍ୟକ୍ରମରେ ଝରିଗାଁ ବିଧାୟକ ନରସିଂହ ଭତ୍ରା,ପୂର୍ବତନ ଏମପି ରମେଶ ଚନ୍ଦ୍ର ମାଝୀ, ସହିଦ ସ୍ମୃତି ସମିତି ସଭାପତି ମନୋରଞ୍ଜନ ତ୍ରିପାଠୀ, ପୂର୍ବତନ ରାଜ୍ୟସଭା ଏମପି ଭଗବାନ ମାଝୀ,ବ୍ଲକ ଅଧ୍ୟକ୍ଷା ଶୁଶିଳା ମାଝୀ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୋପାଳ ପୂଜାରୀ, ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ଭାଗିରଥି ନାୟକ,ସାହିତ୍ୟିକ ତଥା ଡକ୍ଟର ସୁରେନ୍ଦ୍ରନାଥ ଦାଶ ବରିଷ୍ଠ କଂଗ୍ରେସ ନେତା ଇଶା ଲାଠିଆ, ମାଘର ଅଧ୍ୟକ୍ଷା କାଦମ୍ବିନୀ ତ୍ରିପାଠୀ, କେଦାରଶ୍ଵର ପଟ୍ଟନାୟକ,ସରାଦୁ ପୂଜାରି ପ୍ରମୁଖ ଯୋଗ ଦେଇ ବଗା ପୂଜାରୀ ଙ୍କ ସୃତି ଓ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସହୀଦ ଙ୍କ ସ୍ମୃତି ଚାରଣ କରିଥିଲେ। ସେହିଭଳି ବଗାପୂଜାରୀ ଙ୍କ ବଳିଦାନ ଦିବସ କାର୍ଯ୍ୟକ୍ରମରେ ଉମରକୋଟ ପୈାର ପରିଷଦର ଶ୍ରେଷ୍ଠ ସଫେଇ କର୍ମଚାରୀ ଭାବେ ଭୁବନ୍ତି ହରିଜନ, ଶ୍ରେଷ୍ଠ ଅଙ୍ଗନୱାଡି କର୍ମୀ ଭାବେ ଖୁଟୁଗୁଡା ଅଙ୍ଗନବାଡ଼ି କର୍ମୀ ଦଶମୀ ଭତ୍ରା, ଶ୍ରେଷ୍ଠ ହୋମଗାର୍ଡ ଭାବେ ଜସେପ ଖରା, ଶ୍ରେଷ୍ଠ ନର୍ସିଙ୍ଗ ଅଫିସର ଭାବେ ନିବେଦିତା ଜେନା, ଶ୍ରେଷ୍ଠ ପୋଷ୍ଟମ୍ୟାନ ଭାବେ ରହନ କୁମାର ଜେନା ଙ୍କୁ ଭଲ କାର୍ଯ୍ୟ ଶୈଳୀ ଯୋଗୁଁ ସମ୍ମାନିତ କରାଯାଇଥିଲା। ପୂର୍ବତନ ବ୍ଳକ ଅଧ୍ୟକ୍ଷ ଗୋପାଳ ପୂଜାରୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ମନୋରଞ୍ଜନ ତ୍ରିପାଠୀ ମଞ୍ଚ ପରିଚାଳନା କରିଥିଲେ।

Leave A Reply

Your email address will not be published.