କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ

ବିରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ରାଏବଗା କୃଷ୍ଣ ଗଡତିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ନିପୁଣ ଓଡିଶା ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ମେଳାରେ ରାଏବଗା କ୍ଲଷ୍ଟର ଅଧୀନରେ ଥିବା ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ FLN ଶିକ୍ଷକ ଶିକ୍ଷୟିତ୍ରୀ ମୌଳିକ ସକ୍ଷରତା ଓ ମୌଳିକ ସଂଖ୍ୟା ଜ୍ଞାନ ଏବଂ ସୃଦାନସିଲ କାର୍ଯ୍ୟକଳାପ ଅନୁଯାଇ ଶିକ୍ଷକ ସାମଗ୍ରୀ ପ୍ରଦର୍ଶିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅବସର ପ୍ରାପ୍ତ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସୁଶ୍ରୀ ଦୋରଥୀଆ ଟପ୍ପୋ ଉଦଘାଟନ କରିଥିବା ସ୍ଥଳେ ଉଦଜାପିନି ସଭାରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ତପସ୍ୱିନୀ ମହାନ୍ଦିଆ କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛତ୍ରୀଙ୍କୁ କିପରି ଭୋଳ ପାଠ ପଢିବା ସହିତ ଜୀବନର ପ୍ରତେକ ଶିକ୍ଷା କ୍ଷେତ୍ରରେ ଜ୍ଞାନ ଲାଭ କରିବା ସହିତ ନିଜର ଜୀବନ ଗଢି ତୋଳିବା ପାଇଁ ଆଲୋକପାତ କରିଥିଲେ ।

କୃଷ୍ଣ ଗଡତିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରାଏବଗା, ପ୍ରଧାନ ଶିକ୍ଷକ ଶ୍ରୀ ବିଭୀଷଣ ତନ୍ତି ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କୁ ଇଂରାଜି ବର୍ଣ୍ଣବୋଧ ଓ ଓଡ଼ିଆ ବର୍ଣ୍ଣବୋଧ ପାଠ ପଢି ଦକ୍ଷତା ହାସଲ କଲେ ଜ୍ଞାନ ଅର୍ଜନ କରିବାରେ କୌଣସି ପ୍ରକାର ପ୍ରତି ବନ୍ଧକ ସୃଷ୍ଟି ହେବ ନାହିଁ ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ତନ୍ତି ଛାତ୍ରଛାତ୍ରୀ ଙ୍କୁ ପରାମର୍ଶ ଦେଇଥିଲେ ! ଏହି କାର୍ଯ୍ୟକ୍ରମକୁ ସୁପରିଚାଳନା କରିବାରେ ସଳଙ୍ଗାବାହାଲ ସିଆରସିସି ସୁଶ୍ରୀ ମିତା କାଳ ପରିଚାଳନା କରିଥିଲେ । ଏବଂ କୃଷ୍ଣ ଗଡତିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରତେକ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.