ସାପ କାମୁଡ଼ାରେ ଶିଶୁକନ୍ୟା ମୃତ

add-all

ହିଞ୍ଜିଳିକାଟୁ : ଏକ ବିଷଧର ସାପ କାମୁଡ଼ାରେ ଜଣେ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ମୃତକା ଜଣଙ୍କ ହେଲେ ହିଞ୍ଜିଳି ଥାନା ଶାସନଆମ୍ବଗାଁର ସଞ୍ଜୟ ବେହେରା ୬ ବର୍ଷର ଶିଶୁ କନ୍ୟା ଚିତ୍ରା ବେହେରା। ପ୍ରକାଶ ଯେ, ଗୁରୁବାର ସକାଳେ ଶାସନଆମ୍ବଗାଁ ସ୍କୁଲ ସାହିର ସଞ୍ଜୟଙ୍କ ଝିଅ ଘରର ଚାରିପଟେ ଖେଳୁଥିଲା। ଏହି ସମୟରେ ଏକ ବିଷଧର ସାପ ଆସି ଚିତ୍ରାଙ୍କ ହାତକୁ କାମୁଡି ଦେଇଥିଲା। ଝିଅର ଚିତ୍କାର ଶୁଣି ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଶିଶୁକନ୍ୟାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର, ଶିଶୁକନ୍ୟାକୁ ମୃତ ଘୋଷଣା କରିଥିଲେ। ଘଟଣା ନେଇ ମୃତକାଙ୍କ ମାଆ ଗୀତା ବେହେରା ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ହିଞ୍ଜିଳି ପୁଲିସ ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ମୃତଦେହକୁ ଜବତ କରିଛି। ଏ ନେଇ ହିଞ୍ଜିଳି ଥାନାରେ କେସ ନଂ- ୨/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ପୁଲିସ ଘଟଣାର ତଦନ୍ତ କରୁଥିବା ତଦନ୍ତକାରୀ ଅଧିକାରୀ ତଥା ଥାନା ଏସଆଇ ସୁରେଶ କୁମାର ସାହୁଙ୍କ ସୂତ୍ରରୁ ପ୍ରକାଶ।

ad-week
Leave A Reply

Your email address will not be published.