ବିଷପାନ କରି ଯୁବକଙ୍କ ଆତ୍ମହତ୍ୟା

add-all

ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ଖଣ୍ଡରା ଗ୍ରାମର ଜଣେ ଯୁବକ କୀଟନାଶକ ଓାୖଷଧ ସେବନ କରି ଆତ୍ମହତ୍ୟା କରିଛନ୍ତି। ମୃତକ ଜଣଙ୍କ ହେଲେ ହିଞ୍ଜିଳି ଥାନା ଖଣ୍ଡରା ଗ୍ରାମର ଶୁଭଙ୍କର ମଲ୍ଲିକ (୨୨) । ଶୁଭଙ୍କର ଗତ କିଛି ଦିନ ଧରି ମାନସିକ ଭାରସାମ୍ୟ ହରାଇ ପାଗଳ ଭଳି ଘୁରି ବୁଲୁଥିଲେ। ଗୁରୁବାର ସକାଳେ ଘରେ କେହି ନଥିବା ବେଳେ ଚାଷଜମି ପାଇଁ ରଖାଯାଇଥିବା କୀଟନାଶକ ଔଷଧ ସେବନ କରି ଘର ମଧ୍ୟରେ ଅଚେତ ଅବସ୍ଥାରେ ପଡିଥିଲେ। ପରିବାର ଲୋକେ ଚାଷଜମିରୁ କାମ ସାରି ଘରକୁ ଫେରି ପୁଅକୁ ଚେତା ଶୂନ୍ୟ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ। ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଯୁବକଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ନେଇ ମୃତକଙ୍କ ଦାଦା ଟୁନା ମଲ୍ଲିକ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ହିଞ୍ଜିଳି ପୁଲିସ ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ମୃତଦେହକୁ ଜବତ କରିଥିଲେ। ଏ ନେଇ ହିଞ୍ଜିଳି ଥାନାରେ କେସ ନଂ- ୩/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ପୁଲିସ ଘଟଣାର ତଦନ୍ତ କରୁଥିବା ତଦନ୍ତକାରୀ ଅଧିକାରୀ ତଥା ଥାନା ଏଏସଆଇ ଅନନ୍ତ ଶବରଙ୍କ ସୂତ୍ରରୁ ପ୍ରକାଶ।

ad-week
Leave A Reply

Your email address will not be published.