କେବେ ବଦଳିବ ଆସିକା ଏନ୍ଏସି ମିନିଷ୍ଟାଡିୟମର ଭାଗ୍ୟ ? ଅଫିସରଙ୍କ ଖେଳ ପିଲାଙ୍କୁ କାଳ କଚ୍ଛପଗତିରେ ଖେଳପଡ଼ିଆ କାର୍ଯ୍ୟ.!

youtube

ବ୍ରହ୍ମପୁର : ରାଜ୍ୟ ସରକାର ଙ୍କ କ୍ରୀଡା ପ୍ରତି ବେଶ ଯତ୍ନଶୀଳ ଓ ଆଗ୍ରଆଧିକର ଦେଉଥିବା ବେଳେ ଆସିକା ରେ ଅବହେଳାର ଶିକାରୀ ହେଉଥିବା ଦେଖିବାକୁ ମିଳିଛି। ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦର ଉଦାସୀନତା ସାଜିଛି ଆସିକା ଏନ୍ଏସି ଅଧିନସ୍ଥ ମିନି ଷ୍ଟାଡିୟମର ଉନ୍ନତିରେ ବାଧକ। ଗତ ୨୨.୦୬.୨୦୨୩ ତାରିଖ ରେ ଆସିକା ଅଞ୍ଚଳର କିଛି କ୍ରୀଡ଼ାବିତ ମାନଙ୍କ ଗ୍ରୀଭେନ୍ସ ଜରିଆରେ ଅନୁରୋଧ କ୍ରମେ ଜିଲ୍ଲାପାଳ ଙ୍କ ସ୍ବତନ୍ତ୍ର ପାଣ୍ଠି ରୁ ୩୩ ଲକ୍ଷର ଅନୁଦାନ ୧୯.୧୦.୨୦୨୪ ମିଳିଥିବା ନେଇ ସୂଚନା ରହିଥିବା ବେଳେ କାହିଁକି ଏହାର କାର୍ଯ୍ୟ ଆରମ୍ଭ ହେଇ ପାରୁନାହିଁ ଏହା ଆସିକା କ୍ରୀଡ଼ାପ୍ରେମୀ ମାନଙ୍କୁ ନିରାଶ କରୁଛି।ଆସିକା ଏନ୍ଏସି ଅଫିସର ଓ କର୍ମଚାରୀ ମାନଙ୍କ ଉଦାସୀନତା ଏହାର ପ୍ରମୁଖ କରଣ ବୋଲି ଜନସାଧାରଣରେ ଆଲୋଚନାର ବିଷୟ ପାଲଟିଛି। ବିଗତ ଦିନରେ ଏହି ମିନିଷ୍ଟାଡିୟମରେ ବରିଷ୍ଠ ବିଭାଗୀୟ ରାଜ୍ୟ ସ୍ତରୀୟ ପୁରୁଷ ଓ ମହିଳା କବାଡି ଅନୁଷ୍ଠିତ ହୋଇଅଛି।ଏହା ପୂର୍ବରୁ କନିଷ୍ଠ ବିଭାଗରେ ମଧ୍ୟ ରାଜ୍ୟ ସ୍ତରୀୟ କବାଡି ବେଶ ସଫଳତା ସହକାରେ ଆୟୋଜିତ ହୋଇ ପାରିଛି।

କ୍ରିକେଟ ଭଳି ଲୋକପ୍ରିୟ ଖେଳର ବିକାଶ ପାଇଁ ଏଠାରେ ଆସିକା ଓ ଏହାର ଆଖପାଖ ଅଞ୍ଚଳରୁ ଖେଳାଳି ଆସି ପ୍ରଶିକ୍ଷଣ ନେଉଥିବା ଦେଖିବାକୁ ମିଳୁଛି। ଖେଳାଳି ମାନଙ୍କ ପାଇଁ ଏଠାରେ ଏକ ଚେଞ୍ଜିଙ୍ଗ ରୁମ ରହିଥିବା ବେଳେ ଏହାର ଭିତ୍ତିଭୂମି ସମ୍ପୂର୍ଣ୍ଣ ଦୁର୍ବଳ ରହିଛି। ନା ଅଛି ପିଇବା ପାଣି ନା ରହିଛି ଉତ୍ତମ ଶୌଚାଳୟ। ଅଧାପନ୍ତରିଆ ଭାବେ ପଡି ରହିଛି ଚେଞ୍ଜିଙ୍ଗ ରୁମ। ଏହି ମିନିଷ୍ଟାଡିୟମରୁ ଜିଲ୍ଲା ଓ ରାଜ୍ୟ ସ୍ତରର ଖେଳାଳି ବାହାରି ଥିବା ବେଳେ ଅସମତଳ ପଡିଆ ଆଉ ଅଣ ଓସାରିଆ କାରଣରୁ କ୍ରୀଡ଼ାବିତ ମାନଙ୍କ ମଧ୍ୟରେ ନୈରାଶ ଭାବ ଦେଖିବାକୁ ମିଳୁଛି। ଖାଲ ଢିପ କାରଣରୁ ବର୍ଷା ଦିନରେ ଜଳ ପୂର୍ଣ୍ଣ ପୋଖରୀ ଭଳି ଜମି ରହୁଛି ପାଣି। ଜଳ ନିଷ୍କାସନ ବ୍ୟବସ୍ଥା ଜମାରୁ ନାହିଁ। ସଠିକ ଡ୍ରେନ ବ୍ୟବସ୍ଥା ଓ ଆଲୋକୀକରଣ ବ୍ୟବସ୍ଥା ନ କରାଗଲେ ଏହି ମିନିଷ୍ଟାଡିୟମ ଆଗାମୀ ଦିନରେ ଗୋଚର ଜମିରେ ପରିଣତ ହେବ ତିଳେ ମାତ୍ର ସଂନ୍ଦେହେ ନାହିଁ। ଜିଲ୍ଲାପାଳ ଏହି ସମସ୍ୟାକୁ ହୃଦବୋଧ କରି ୩୩ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ଅନୁମୋଦନ କରିଥିବା ବେଳେ କାହିଁକି ଆସିକା ଏନ୍ଏସି କାର୍ଯ୍ୟ ଆରମ୍ଭ କରି ପାରୁନାହଁ ଏବେ ପ୍ରଶ୍ନବାଚୀ। ଆସିକାର ଛାତି ଉପରେ ଥିବା ଏହି ଖେଳ ପଡିଆ ସର୍ବସାଧାରଣଙ୍କ ପାଇଁ ଖେଳ ଉପଯୋଗୀ ସ୍ଥାନ ହୋଇଥିବା ବେଳେ ଏହାର ରକ୍ଷଣା ବେକ୍ଷଣ ଓ ଉନ୍ନତିକରଣ ବ୍ୟବସ୍ଥାରେ ସୁଧାର ଆସିଲେ ଗଞ୍ଜାମ ଜିଲ୍ଲାର ଏକ ପ୍ରମୁଖ ମିନିଷ୍ଟାଡିୟମର ମାନ୍ୟତା ଏହି ଖେଳ ପଡିଆ ପାଇ ପାରନ୍ତା ବୋଲି ଆଶା ବାନ୍ଧିଛନ୍ତି ସ୍ଥାନୀୟ କ୍ରୀଡ଼ାବିତ। ପ୍ରତିଦିନ ସକାଳ ଓ ସନ୍ଧ୍ୟା ସମୟରେ ବ୍ୟାୟାମ କରିବା ପାଇଁ ବହୁ ଜନସାଧାରଣ ଏଠାକୁ ଆସୁଥିବା ବେଳେ ନା ରହିଛି ଭଲ ପାଦଚଲା ରାସ୍ତା ନା ରହିଛି ଉତ୍ତମ ପାନୀୟ ଜଳର ବ୍ୟବସ୍ଥା ସେଥିପାଇଁ ଜନସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏତେ ସବୁ ସମସ୍ୟା ରହିଥିଲେ ମଧ୍ୟ ଏନ୍ଏସି କର୍ମକର୍ତ୍ତାଙ୍କ ଖମାଖିଆଲି ନୀତି କାରଣରୁ ହେଇପାରୁନି ଉନ୍ନତି କାମ। ଏବେ ଦେଖିବାକୁ ବାକି ରହିଲା କେବେ ବଦଳିବ ଆସିକା ହରିହର ହାଇସ୍କୁଲ ମିନି ଷ୍ଟାଡିୟମର ଭାଗ୍ୟ।

Leave A Reply

Your email address will not be published.