
ମାଲକାନଗିରି୧୩/୦୨ : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଉତ୍କଳ ମହିଳା ସମିତି ଜିଲ୍ଲା ସାମ୍ପାଦିକା ଶ୍ରୀମତୀ ଦୟାମଣୀ ଗଲରୀ ଙ୍କ ନେତୃତ୍ୱରେ ଆଜି ଉତ୍କଳ ମହିଳା ସମିତିର ମହିଳା ମାନଙ୍କ ୬ ଗୋଟି ଦାବିକୁ ନେଇ ମାଥିଲି ବ୍ଲକ ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ଙ୍କ ଜରିଆରେ ଓଡିଶା ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଦାବିପତ୍ର ପ୍ରଦାନ କରିଛନ୍ତି l ଏଥିରେ ରାଜ୍ୟ ଉତ୍କଳ ମହିଳା ସମିତି ସାମ୍ପାଦିକା ଶ୍ରୀମତୀ ଜିନ୍ମୟୀ ସାହାଣୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ l ରାଜ୍ୟରେ ମହିଳା ଆଜି କେହି ସୁରକ୍ଷିତ ନାହାନ୍ତି,ତେଣୁ ଆମ୍ଭେ ବ୍ଲକ ଠାରୁ ଧରି ରାଜ୍ୟ ସ୍ତରୀୟ ପର୍ଯ୍ୟନ୍ତ ପ୍ରତିବାଦ କରିବୁ କାରଣ ଆମର ଯେଉଁ ୬ ଟି ଦାବି ରହିଛି, ଏ ଗୁଡିକ ହେଲା ମାଥିଲି ବ୍ଲକ କୁ ସମ୍ପୂର୍ଣ ନିଶା ମୁକ୍ତ କରିବା ,ଘରୋଇ ମହିଳା ମାନଙ୍କୁ ମାସିକ ୫୦୦୦ ଟଙ୍କା ପ୍ରଦାନ କରିବା ,କର୍ପୋରେଟ ଶୋଷଣକାରି କେନ୍ଦ୍ର ବଜେଟ କୁ ତୁରନ୍ତ ପ୍ରତ୍ୟାହାର କରିବା ସହିତ ସାଧାରଣ ଲୋକମାନଙ୍କ ର ନିତ୍ୟ ବ୍ୟବହାଯ୍ୟ ସାମଗ୍ରୀ ଟିକସ ଛାଡ଼ କରାଯାଉ , ସୁଭଦ୍ରା ଯୋଜନାରେ ସମସ୍ତ ଙ୍କୁ ଅନ୍ତର ଭୁକ୍ତ କରାଯାଉ ,ଜୟପୁର ଠାରୁ ମାଲକାନଗିରି ପର୍ଯ୍ୟନ୍ତ ତିଆରି ଚାଲିଥିବା ରେଳ ରାସ୍ତା କୁ ତୁରନ୍ତ ତୁରାନ୍ୱିତ କରାଯାଉ ,ମାଥିଲି କୁ ସବଡ଼ିଭିଜନ ଘଷଣ କରିବା ସହିତ ଏନ୍ ଏ ସି ର ମାନ୍ୟତା ପ୍ରଦାନ କରାଯାଉ l ଆମ ମାନଙ୍କ ଅଧିକାର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଦାବି କୁ ନେଇ ସମାଧାନ କରିବେ,ନଚେତ ଆଗାମୀ ଦିନ ରେ ଭୁବନେଶ୍ୱର ରାଜରାସ୍ତା ରେ ଗଣ ଧାରଣା ଦେବାକୁ ବାଧ୍ୟ ହେବୁ ବୋଲି କହିଛନ୍ତି ଜିନ୍ମୟୀ ସାହାଣୀ ରାଜ୍ୟ ସମ୍ପାଦିକା କହିଛନ୍ତି । ଏଥିରେ ମାଥିଲି ବ୍ଲକ ସାମ୍ପାଦିକା ଡମୁଣି ପୂଜାରୀ ଏବଂ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଜିଲ୍ଲା ଆଦିବାସୀ ନେତା ହଳଧର ପୂଜାରୀ ଏହି ଦାବି ଗୁଡ଼ିକୁ ନେଇ ସମର୍ଥିନ କରିଛନ୍ତି l ଆଜିର ଏହି ପ୍ରତିବାଦ ରେ ବହୁ ସଂଖ୍ୟକ ଭାବେ ମହିଳା ଯୋଗଦେଇ ଥିଲେ l