
ଛତ୍ରପୁର, : ଛତ୍ରପୁର ବ୍ଲକ ଶିକ୍ଷାଧିକାରୀ ଭାବେ ସୁଜିତ କୁମାର ପାଢୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ପୂର୍ବରୁ ହିଞ୍ଜିଳିକାଟୁ ବ୍ଲକର କଞ୍ଚୁରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ଭାବେ କାର୍ଯ୍ୟ ସୂଚାରୂ ରୂପେ ତୁଲାଇ ଆସୁଥିଲେ । ଛତ୍ରପୁର ବ୍ଲକ ଶିକ୍ଷାଧିକାରୀ ଭାବେ ଶ୍ରୀ ପାଢ଼ୀ ଦାୟିତ୍ୱ ଗ୍ରହଣ କଲା ପରେ କାର୍ଯ୍ୟାଳୟର କର୍ମଚାରୀ ମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଛନ୍ତି । ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଛତ୍ରପୁର ବ୍ଲକର ଶିକ୍ଷା ବ୍ୟବସ୍ଥା ଯେପରି ସୁରୁଖୁରରେ ଚାଲି ପାରିବ ସେଥି ପ୍ରତି ଗୁରୁତ୍ୱ ଦେବେ ବୋଲି ଦାୟିତ୍ୱ ଗ୍ରହଣ ପରେ କହିଛନ୍ତି । ଉତ୍ତମ ଶିକ୍ଷାଦାନ ପାଇଁ ଉତ୍ତମ ଭିତ୍ତିଭୂମିର ଆବଶ୍ୟକତା ରହିଛି ଏଣୁ ସମସ୍ତ ଭିତ୍ତିଭୂମି ଯୋପରି ଠିକ୍ ରହିବ ସେ ଦିଗରେ ସେ ଗୁରୁତ୍ୱ ଦେବା ସହିତ ଯେପରି ଶିକ୍ଷାଦାନରେ କିଛି ବାଧା ସୃଷ୍ଟି ନ ହୁଏ ସେ ଦିଗରେ ଗୁରୁତ୍ୱ ଦେବେ ବୋଲି ମଧ୍ୟ ସେ କହିଛନ୍ତି ।