କୋମଳମତି ଶିଶୁଙ୍କ ଭବିଷ୍ୟତକୁ ନେଇ ଖେଳୁଛନ୍ତି ଶିକ୍ଷକ ଶିକ୍ଷୟତ୍ରୀ : ବିଦ୍ୟାଳୟକୁ ୧୧ ଟା ଯାଏଁ ଆସୁନାହାନ୍ତି ଶିକ୍ଷକ ଶିକ୍ଷୟତ୍ରୀ

youtube

ମାଲକାନଗିରି,୧୨।୨ ଶିକ୍ଷ ମଣିଷ ଜୀବନରେ ଆଲୋକ ଦେଖାଇବା ସହ ଜୀବନକୁ ସରସ ସୁନ୍ଦର କରି ଗଢ଼ିଥାଏ । ପରିବାର ଲୋକେ ନିଜ ଶିଶୁଙ୍କ ଭବିଷ୍ୟତ ପାଇଁ ଶିକ୍ଷାକୁ ଅଧିକ ଗୁରୁତ୍ଵ ଦେଉଥିବା ବେଳେ ରାଜ୍ୟ ସରକାର ଶିକ୍ଷିତଙ୍କ ହାର ବଢାଇବା ପାଇଁ ଅନେକ ପଦକ୍ଷେପ ନେଇଥାନ୍ତି। ଅଧିକରୁ ଅଧିକ ପିଲାଏ କିପରି ବିଦ୍ୟାଳୟ ଯାଇ ଶିକ୍ଷା ଲାଭ କରିବେ ସେଥିପାଇଁ ସରକାରୀ ରାଜକୋଷରୁ ପ୍ରତି ବର୍ଷ ବିଭିନ୍ନ ଯୋଜନା ସହ ଶିକ୍ଷକ ନିଯୁକ୍ତି, ବିଦ୍ୟାଳୟ ନିର୍ମଣା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରାଯାଥିବା ସତ୍ବେ ମାଲକାନଗିରି ଭଳି ଆଦିବାସୀ ବହୁଳ ଜିଲ୍ଲାରେ ଶିକ୍ଷା କ୍ଷେତ୍ରରେ ରହିଯାଇଛି ଅନେକ ସମସ୍ୟା। ଜିଲ୍ଲାରେ ଶିକ୍ଷାକୁ ଅଧିକ ଗୁରୁତ୍ଵ ଦେବା ପାଇଁ ସରକାର ସବୁବେଳେ ତତ୍ପର ଥିବା ବେଳେ ଏଠାରେ କିନ୍ତୁ କିଛି ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟତ୍ରୀ ଶିକ୍ଷା ଦାନ କ୍ଷେତ୍ରରେ ସେତିକି ତତ୍ପର ନଥିବା ଭଳି ମନେହେଉଛି । ଯାହା ଫଳରେ କୁନି କୁନି ପିଲାଙ୍କୁ ଉଚିତ ଶିକ୍ଷାଦାନ କରାଯାଉ ନଥିବା ଅଭିଯୋଗ ହୋଇଛି। କିଛି ଏପରି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲାର ସ୍ଵାଭିମାନ ଅଞ୍ଚଳରୁ। ଅଭିଯୋଗ ଅନୁଯାୟୀ ଚିତ୍ରକୋଣ୍ଡା ବ୍ଲକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆରଏସି ୧୨ରେ ନୀତିଦିନ ଶିକ୍ଷକ ଶିକ୍ଷୟତ୍ରୀ ମାନେ ବିଳମ୍ବରେ ଆସନ୍ତି। ବିଦ୍ୟାଳୟ ଖୋଲିବା ସମୟ ସକାଳ ୧୦ଟା ହୋଇଥିବା ବେଳେ ପିଲାଏ ସଠିକ ସମୟରେ ବିଦ୍ୟଳୟକୁ ଆସୁଥିଲେ ମଧ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଦିନ ୧୧ଟା ଯାଏଁ ବିଦ୍ୟାଳୟକୁ ଆସୁନଥିବାରୁ ପିଲାଏ ପ୍ରାୟ ୧ ଘଣ୍ଟା ଯାଏଁ କୌଣସି ଶିକ୍ଷା ଲାଭ କରିପାରି ନଥାନ୍ତି। ଏହି ବିଦ୍ୟାଳୟରେ ୨ଜଣ ଶିକ୍ଷୟତ୍ରୀ ଓ ୨ ଶିକ୍ଷକ ରହିଥିବା ବେଳେ ପ୍ରାୟ ନୀତିଦିନ ଏହିପରି ସେମାନେ ବିଳମ୍ବରେ ଆସୁଥିବା ବେଳେ ତାଙ୍କ ପାଇଁ ବିଦ୍ୟାଳୟ ଖୋଲିବା ସମୟ ବୋଧେ ଦିନ ୧୧ଟା ବୋଲି ଲୋକେ ଅଭିଯୋଗ କରିଛନ୍ତି। ଏପରିକି ଅନେକ ସାମୀରେ ଏହି ଶିକ୍ଷକ ଶିକ୍ଷୟତ୍ରୀ ମାନେ ପାଳି କରି ଆସୁଥିବା ମଧ୍ୟ ଅଭିଯୋଗ ହୋଇଛି। ଶିକ୍ଷା ଦାନ ପାଇଁ ନିଯୁକ୍ତି ହୋଇଥିବା ଏହି ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସରକାର ନିୟମିତି ଦରମା ପ୍ରଦାନ କରୁଥିବା ବେଳେ ଏମାନେ କିନ୍ତୁ ନିଜ ଦାଇତ୍ଵରେ ନିୟମିତ ଅବହେଳା କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ପିଲାଙ୍କ ଅଭିଯୋଗ ଅନୁଯାୟୀ ପ୍ରଧାନ ଶିକ୍ଷକ ନୀଳାଦ୍ରି ରାଉତ ସାମନ୍ତ, ଶିକ୍ଷକ ଶଙ୍କର ସାର, ଶିକ୍ଷୟତ୍ରୀ ସବିତା ତ୍ରିପାଠୀ ଓ ସ୍ଵାତି ଦିଦି ସବୁବେଳେ ଏପରି ବିଳମ୍ବରେ ଆସନ୍ତି। ଯାହା ଫଳରେ ବେଳେ ବେଳେ ବିଦ୍ୟାଳୟରେ ପ୍ରାର୍ଥନା ମଧ୍ୟ ହୁଏ ନାହି। ଅନେକ ସାମୀରେ ଦୁଇଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ପାଳି କରି ମଧ୍ୟ ଆସନ୍ତି ବୋଲି ପିଲାଏ ଅଭିଯୋଗ କରିଛନ୍ତି। ତେବେ ଏନେଇ ସ୍ଥାନୀୟ ଜନ ପ୍ରତିନିଧି ମଧ୍ୟ ଏହି ସମାନ ଅଭିଯୋଗ ଆଣିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରିଛନ୍ତି। ତେବେ ଏନେଇ ଆମେ ଚିତ୍ରକୋଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ଗାୟତ୍ରୀ ଦେବୀଙ୍କୁ ଯୋଗଯୋଗ କରିଥିଲେ ମଧ୍ୟ ସେ ଫୋନ ନଉଠାଇବାରୁ ତାଙ୍କର ମତାମତ ମିଳିପାରି ନାହି। ଏନେଇ ତେବେ ଏନେଇ ଉପ ଜିଲ୍ଲାପାଳ ଦୁର୍ଯୋଧନ ଭୋଇଙ୍କୁ ଯୋଗାଯୋଗ କରିବାରୁ ସେ ପ୍ରକାଶ କରିଛନ୍ତି ଯେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ଅନୁଯାୟୀ ତଦନ୍ତ କରି ପଦକ୍ଷେପ ନିଆଯିବ।

Leave A Reply

Your email address will not be published.