ସ୍ୱାସ୍ଥ୍ୟ, ଶିକ୍ଷା ଓ ମହିଳା ଏବଂ ଶିଶୁ ବିଭାଗର ମିଳିତ ସମୀକ୍ଷା ବୈଠକ

add-all

ଛତ୍ରପୁର : ସ୍ଥାନୀୟ ଜଉଗଡ ସମ୍ମିଳନୀ କକ୍ଷ ଠାରେ ସ୍ୱାସ୍ଥ୍ୟ, ଶିକ୍ଷା ଓ ମହିଳା ଏବଂ ଶିଶୁ ବିଭାଗର ମିଳିତଯୋଜନା ଗୁଡିକ ସଠିକ କାର୍ଯ୍ୟକାରୀ କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଯୋଜନ ମାତୃ ନବଜାତ ଶିଶୁ ଏବଂ କିଶୋରୀ ସ୍ୱାସ୍ଥ୍ୟ ଓ ପୋଷଣ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ରେ ମୁଖ୍ୟ ଆଲୋଚନା କରାଯାଇଥିଲ।। ଏଥିରେ ଗଂଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଅଧ୍ୟକ୍ଷତା କରି ସମସ୍ତ ବିଷୟରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ । ଗାଁ କଲ୍ୟାଣ ସମିତି ସଠିକ ପରିଚାଳନା ହେଉଛି କି ନାହିଁ, ରକ୍ତ ହିନତା ଦୂରିକରଣ ନିମନ୍ତେ ଶିଶୁ ଓ କିଶୋରୀ ମାନଙ୍କ ଠାରୁ ଆରମ୍ଭ କରି ଗର୍ଭବତୀ ମହିଳା ମାନଙ୍କୁ ଶତପ୍ରତିଶତ ଆଇରନ ଟାବେଲ ମିଳୁଛି କି ନାହିଁ ଏବଂ ଗର୍ଭବତୀ ମହିଳା ମାନଙ୍କ ନୀୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି କି ନାହିଁ ଏହାର ଟିକନିକ ବୈଠକରେ ଆଲୋଚନା କରାଯାଇଥିଲ।। ସମସ୍ତ କାର୍ଯ୍ୟ ଗୁଡିକ ଶତପ୍ରତିଶତ କରିବାକୁ କୁହାଯାଇଛି । ଏହା ସଠିକ ଭାବେ କରିଥିବା ଅଧିକାରୀମାନଙ୍କୁ ଉତ୍ସାହିତ କରାଯାଇଥିଲ।। ଏହାସହିତ ସ୍ୱାସ୍ଥ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା । ଏହି ବୈଠକ ରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଡାକ୍ତର ବିଜୟ କୁମାର ପଣ୍ଡା, ଡାକ୍ତର ଭି.ସରୋଜିନୀ ଦେବୀ, ଡିପିଏମ ଶ୍ୟାମସୁନ୍ଦର ତ୍ରିପାଠୀ, ଜିଲ୍ଲା ମାତୃ ଓ ଶିଶି ର ଶକ୍ତି ଦିଗାଲଙ୍କ ସମେତ ସମସ୍ତ ବିଇଓ, ସିଡିପିଓ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଓ ସ୍ୱାସ୍ଥ୍ୟ ବିଭାଗର ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.