ଚିକିଟୀରେ ଦିନଦୟାଲ ଉପାଧ୍ୟାୟ ଜୟନ୍ତୀ ପାଳିତ

add-all

ଚିକିଟୀ : ଏହି ବ୍ଲକ ଅନ୍ତର୍ଗତ ଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଦିନଦୟାଲ ଉପାଧ୍ୟାୟ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଗଞ୍ଜାମ ଜ଼ିଲ୍ଲା ବିଜେପି ସଭାପତି ସରୋଜ ସାବତ ଅଧ୍ୟକ୍ଷତା କରିଥିବା ବେଳେ ଚିକିଟୀ ପରିଷଦ ମଣ୍ଡଳ ସଭାପତି ଅନନ୍ତରାମ ପାଣିଗ୍ରାହୀ,ବିଜେପି ମହିଳା ନେତ୍ରୀ ପୁଷ୍ପାଞ୍ଜଳି ସେଠୀ,ବରିଷ୍ଟ ବିଜେପି ସଂଗଠକ ଦେବଦତ୍ତ ପଣ୍ଡା,ଆଇନ ଯିବି ଅଶୋକ କୁମାର ପଣ୍ଡା ପ୍ରମୁଖ ଯୋଗ ଦାନ କରି ପଣ୍ଡିତ ଦିନ ଦୟାଲ ଶର୍ମା ଙ୍କ ନୀତି ଆଦର୍ଶ ବିଷୟରେ ସ୍ମୃତି ଚାଳନ କରିବା ସହ ବର୍ତ୍ତମାନ ସମାଜ ପାଇଁ ଏହି ନୀତିବାଣୀ ନିତ୍ୟାନ୍ତ ଅପରିହାର୍ଯ୍ୟ ବୋଲି ମତବ୍ୟକ୍ତ କରିଥିଲେ l ଏହି କାର୍ଯ୍ୟକ୍ରମକୁ ସଫଳ କରିବା ସକାଶେ ଲୋକନାଥ ମଣ୍ଡଳ, ଦିଲୀପ କୁମାର ସାହୁ,ଗୋପୀ ପାତ୍ର ପ୍ରମୁଖ ଯୋଗ ଦାନ କରିଥିଲେ l

ad-week
Leave A Reply

Your email address will not be published.