ବାବୁସାନ୍‌ଙ୍କୁ ଭିଡିଓ କଲ୍‌ କରି ଉତ୍ତମ ମହାନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରିଲେ ନବୀନ, ହସ୍ପିଟାଲରେ ପହଞ୍ଚିଲେ ଅନୁଭବ

add-all

ଭୁବନେଶ୍ୱର,୧୩ା୨: ଓଲିଉଡ୍‌ର ୮୦ ଦଶକର ସୁପରଷ୍ଟାର ଉତ୍ତମ ମହାନ୍ତି ଦିଲ୍ଲୀର ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ ବାବୁସାନ୍‌ଙ୍କୁ ଭିଡିଓ କଲ୍‌ କରି ଉତ୍ତମଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ବାବୁସାନ୍‌ କହିଲେ ବାପା ଭେଣ୍ଟିଲେଟରରେ ଅଛନ୍ତି, ଧୀରେ ଧୀରେ ସୁସ୍ଥ ହେଉଛନ୍ତି।

ଏଥିସହିତ ଓଲିଉଡ୍‌ ଅଭିନେତା ଅନୁଭବ ମହାନ୍ତି ଉତ୍ତମଙ୍କୁ ଦେଖା କରିବାକୁ ମେଦାନ୍ତ ହସ୍ପିଟାଲରେ ପହଞ୍ଚିଛନ୍ତି। ଅନୁଭବ ହସ୍ପିଟାଲରେ ପହଞ୍ଚି ଉତ୍ତମଙ୍କ ସ୍ବାସ୍ଥ୍ୟବସ୍ଥା ନେଇ ବାବୁସାନ୍‌ଙ୍କ ସହିତ କଥାବାର୍ତ୍ତା କରୁଥିବାର ଭିଡିଓରେ ଦେଖିବାକୁ ମିଳିଛି।

ଉତ୍ତମ ଏବେ ଲିଭର ସିରୋସିସ୍‌ ରୋଗରେ ଆକ୍ରାନ୍ତ ଅଛନ୍ତି। ସେ ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଉତ୍ତମ ମହାନ୍ତି ଏକ ଫିଲ୍ମର ଶୁଟିଂ ପାଇଁ ବାହାରକୁ ଯାଇଥିବା ବେଳେ ସେଠାରେ ତାଙ୍କର ସ୍ବାସ୍ଥ୍ୟ ହଠାତ୍ ଖରାପ ହୋଇଥିଲା ।ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ଏହା ପରେ ଚିକିତ୍ସା ହୋଇ ଘରକୁ ଆସିଥିଲେ । ହେଲେ ପୁଣି ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ତାଙ୍କୁ ଭୁବନେଶ୍ୱର ସ୍ଥିତ ‘କିମ୍ସ’ରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ପରେ ଅଧିକ ଚିକିତ୍ସା ପାଇଁ ଗତ ୮ ତାରିଖରେ ଏୟାରଲିଫ୍ଟ କରାଯାଇଥିଲା ।

ad-week
Leave A Reply

Your email address will not be published.