କେନ୍ଦ୍ର ହୁଇସିଲ ମାରିଲେ ବିଜେଡି ଭାଙ୍ଗିଯିବ – ଜୟନାରାୟଣ

add-all

ଭୁବନେଶ୍ୱର, ୧୩।୨: ବିଜେଡି ବିଧାୟକ ସନାତନ ମହାକୁଡ଼ ଭାଜପା ମିଶିବା ଚର୍ଚ୍ଚା ମଧ୍ୟରେ ବିସ୍ଫୋରକ ବୟାନ ଦେଇଛନ୍ତି ଭାଜପା ବିଧାୟକ ଜୟନାରାୟଣ ମିଶ୍ର। ଜୟନାରାୟଣ କହିଛନ୍ତି, କେନ୍ଦ୍ର ହୁଇସିଲ ମାରିଲେ ବିଜେଡି ଭାଙ୍ଗିଯିବ। ସେ ଆହୁରି କହିଛନ୍ତି କାଳେ ସବୁ ଭାଜପା ପଳେଇବେ ବୋଲି ନବୀନ ଭୟଭୀତ ହୋଇଗଲେଣି। ଯେଉଁଦିନ ଭାଜପାର କେନ୍ଦ୍ରୀୟ ନେତୃତ୍ୱ ଚାହିଁବେ ସେଦିନ ବିଜେଡି ଖଣ୍ଡ ଖଣ୍ଡ ହୋଇଯିବ। ଏତେବର୍ଷ ଧରି ସେ କିଛି ବୁଝୁ ନଥିଲେ, ରାଜୁତି କରୁଥିଲେ । ତା’ର ଫଳ ଏମିତି ହୋଇଛି।

ଅନ୍ୟପଟେ, ବିଧାୟକ ସନା ମହାକୁଡ କହିଛନ୍ତି, ମୁଁ ବିଜେଡିରେ ଅଛି, ରହିବି । ମୁଁ ଦଳ ଠାରୁ ଦୂରେଇନି, ଦଳ ସହ ଅଛି, ରହିଛି, ରହିବି। ସେ ପୁଣି କହିଛନ୍ତି, ଜିଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଉଛୁ, ଆଲୋଚନା କରୁଛୁ । ସେ ପୂରା ରାଜ୍ୟର ମୁଖ୍ୟମନ୍ତ୍ରୀ, ଭାଜପାର ମୁଖ୍ୟମନ୍ତ୍ରୀ ନୁହଁନ୍ତି ।

ଗୁରୁବାର ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେଉଥିଲା ବେଳେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଧାନସଭା ଗୃହରେ ପ୍ରବେଶ ସମୟରେ କେନ୍ଦୁଝର ଜିଲାର ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ତେରେଛା ବାଣ ମାରିଥିଲେ ନବୀନ। ସେ ତାଙ୍କୁ ଭାଜପା ଆଡ଼କୁ ଯାଉଛନ୍ତି କି କହିଥିବା ଚର୍ଚ୍ଚା ହେଉଛି। ହେଲେ ଏହାକୁ ଅଗ୍ରାହ୍ୟ କରି ସନା କହିଛନ୍ତି, ଭାଜପା ଯାଉଛନ୍ତି କି ବୋଲି ସେ ପଚାରିନାହାନ୍ତି । ସେ ଦଳର ମୁରବୀ, ତାଙ୍କର ପଚାରିବାର ଅଧିକାର ଅଛି ।

ad-week
Leave A Reply

Your email address will not be published.