ସୁରଙ୍କ ଉପରୁ ଉଠିବ ନିଲମ୍ବନ! 

add-all

ଭୁବନେଶ୍ୱର,୧୩।୨: କଂଗ୍ରେସର ବରିଷ୍ଠ ନେତା ସୁରେଶ ରାଉତରାୟ ଏବେ ଚର୍ଚ୍ଚାକୁ ଆସିଛନ୍ତି। କୁହାଯାଉଛି ଭକ୍ତ ଚରଣ ଦାସ କଂଗ୍ରେସର ନୂଆ ପିସିସି ସଭାପତି ନିଯୁକ୍ତ ହେବା ପରେ ସୁରଙ୍କ ଉପରୁ ନିଲମ୍ବନ ଆଦେଶ ଉଠିପାରେ । ଏହାକୁ ନେଇ ସୁର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଫେରାଇ ନେଲେ କଂଗ୍ରେସ ପାଇଁ ଫୁଲ୍‌ ଦମ୍‌ରେ କାମ କରିବି। ସୁର ଆହୁରି କହିଛନ୍ତି, ସମସ୍ତଙ୍କୁ ନେଇ ଚାଲିବାକୁ ନୂଆ ପିସିସି ସଭାପତି ପ୍ରସ୍ତାବ ଦେଇଛନ୍ତି । କିନ୍ତୁ ଭକ୍ତ ଦାସ ତାଙ୍କ ସହ କିମ୍ବା ସେ ଭକ୍ତଙ୍କ ସହ କଥା ହୋଇ ନାହାନ୍ତି।

ବହୁ ପ୍ରତିକ୍ଷାର ଅନ୍ତ ଘଟାଇ କଂଗ୍ରେସ ହାଇକମାଣ୍ଡ ଓଡ଼ିଶାରେ ଦଳର ମୁଖିଆ ନିଯୁକ୍ତ କରିଛନ୍ତି। ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସଙ୍କୁ ଓଡ଼ିଶା କଂଗ୍ରେସ ସଭାପତି ନିଯୁକ୍ତ କରାଯାଇଛି। ତେବେ ପିସିସି ସଭାପତି ହେବା ପରେ ଭକ୍ତ ଚରଣ ଦାସ ଗଣମାଧ୍ୟମ ଆଗରେ ସମସ୍ତ ଓଡ଼ିଶାବାସୀଙ୍କ ପାଇଁ ତାଙ୍କ ପ୍ରତିକ୍ରିୟାରେ କହିଥଥିଲେ, ତରୁଣ, ବରିଷ୍ଠ ସମସ୍ତଙ୍କୁ ନେଇ କାମ କରିବି। କଂଗ୍ରେସକୁ ଆନ୍ଦୋଳନ ଜରିଆରେ ଘରେ ଘରେ ପହଞ୍ଚାଇବୁ।

ସୂଚନାଯୋଗ୍ୟ, ଗତ ସାଧାରଣ ନିର୍ବାଚନରେ ରାଜ୍ୟରେ ଦଳର ଶୋଚନୀୟ ପରାଜୟ ପରେ ପୂର୍ବତନ ସଭାପତି ଶରତ ନାୟକ ସଭାପତି ପଦବୀରୁ ଇସ୍ତଫା ଦେଇଥିଲେ। ସେବେଠାରୁ ଏହି ପଦବୀ ଖାଲି ପଡିଥିଲା।

ad-week
Leave A Reply

Your email address will not be published.