ବି.ଏସ୍‌.ଏଫ୍‌. ଜବାନଙ୍କ ଦ୍ୱାରା ମାଓ ସାମଗ୍ରୀ ଜବତ

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ଥାନା ଅନ୍ତର୍ଗତ ସିଲାକୋଟା ଜଙ୍ଗଲରୁ ବି.ଏସ୍‌.ଏଫ୍‌. ଜବାନଙ୍କ ଦ୍ୱାରା ମାଓ ସାମଗ୍ରୀ ଜବତ ହୋଇଛିା ତତ୍ୟ ଅନୁ ଯାୟୀ ବିଶେଷ ସୁତ୍ରରୁ ଖବର ପାଇ ଜିଲ୍ଲା ପୋଲିସ ଓ ବି.ଏସ୍‌.ଏଫ୍ ଦ୍ୱିତୀୟ ବାଟାଲିୟନ ଜବାନ ମାନେ ସିଲାକୋଟା ଜଙ୍ଗଲ ଅଭିମୁଖେ ସର୍ଚ ଅପରେସନ ରେ ବାହାରିଥିଲୋ ସିଲାକୋଟା ଜଙ୍ଗଲର ଚାରଟି ସ୍ଥାନରେ ଏହି ମାଓ ସାମଗ୍ରୀ ଥିବା ଠାବ କରିଥିଲୋ ଉକ୍ତ ଚାରଟି ସ୍ଥାନ ମଧ୍ୟରୁ ତିନୋଟି ସ୍ଥାନରେ ପଥର ଗୁମ୍ଫା ମଧ୍ୟରୁ ଜବତ କରା ଯାଇଥିବା ବେଳେ ଉକ୍ ତଗୁମ୍ଫା ଠାରୁ ୫୦ ମିଟର ଦୂର ଦୁଇଟି ଗଛ ମଧ୍ୟରେ ଥିବା ଖାଲି ସ୍ଥଳ ମାଟି ତଳେ ସାମଗ୍ରୀ ଜବତ କରା ଯାଇଥିଲ।। ଜବତ ହୋଇଥିବା ସାମଗ୍‌ିରୀ ମଧ୍ୟରୁ ଗୋଟିଏ ପ୍ରେସର କୁକର ବୋମା, ତିନୋଟି ଟିଫିନ ଆଇଡି, ତିନୋଟି ଇଲେକ୍ଟ୍ରିକ୍ ଡିଟୋନେଟର, ୧୧ ମିଟର ବିଦ୍ୟୁତ୍ ତାର, ଗୋଟିଏ ମୋବାଇଲ ଫୋନ୍‌, ଗୋଟିଏ ପାବାର ବ୍ୟାଙ୍କ, ତିନୋଟି ଏସ୍‌.ବି.ଏମ୍‌.ଏଲ୍‌. ବନ୍ଧୁକ ଜବତ କରିଛନ୍ତିା ତେବେ ଏକଦା ମାଓବାଦୀଙ୍କ ଗଡ ଭାବେ ପରିଚିତ ଥିବା ପଡିଆ ଥାନା ଅନ୍ତର୍ଗତ ସିଲାକୋଟା ଅଂଚଳରୁ ଏହି ସମସ୍ତ ସାମଗ୍ରୀ ଜବତ ହୋଇଥିବା ବେଳେ ସେହି ସମୟରେ ମାଓବାଦୀ ମାନେ ପୋଲିସକୁ ଟାର୍ଗେଟ କରି ଏଠାରେ ଲୁଚାଇ ରଖିଥିବା ଜଣାପଡିଛି ବୋଲି ମାଲକାନଗିରି ଏସ୍‌.ପି. ବିନୋଦ ପାଟିଲ ହେଚ୍‌. ସୂଚନା ଦେଇଛନ୍ତିା

ad-week
Leave A Reply

Your email address will not be published.