ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ଯୁବକ ଗିରଫ

add-all

ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ଅଞ୍ଚଳର ଜୈନିକ ନାବାଳିକାଙ୍କୁ ନିକଟସ୍ଥ ଗ୍ରାମର ଜଣେ ଯୁବକ ଅସଦାଚରଣ କରିଥିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୧୧୦/୨୫ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରିବା ସହ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ଜଣଙ୍କ ହେଲେ ହିଞ୍ଜିଳି ଥାନା ଖରିଡା ଗ୍ରାମର ଜ୍ଞାନରଞ୍ଜନ ସ୍ୱାଇଁ (୨୮) ।‌
ପୁଲିସ ସୂଚନା ପ୍ରକାରେ, ବୁଧବାର ରାତ୍ର ପ୍ରାୟ ୯ ଘଣ୍ଟା ସମୟରେ ହିଞ୍ଜିଳି ଥାନା ଖରିଡା ଗ୍ରାମର ଜ୍ଞାନରଞ୍ଜନ ନିକଟସ୍ଥ ଗ୍ରାମକୁ ଯାଇଥିଲେ। ସେହି ସମୟରେ ଘର ବାରଣ୍ଡାରେ ଜଣେ ନାବାଳିକା ଏକାକୀ ବସିଥିବା ବେଳେ ଯୁବକ ଜଣଙ୍କ କମେଣ୍ଟ କରିଥିଲେ। ନାବାଳିକା ଜଣଙ୍କ ଭୟରେ ଘରକୁ ପଳାଇ ଯାଉଥିବା ବେଳେ ଯୁବକ ଜଣଙ୍କ ନାବାଳିକାଙ୍କୁ ଏକକୀ ପାଇ ଟଣାଓଟରା କରିବା ସହ ଅସଦାଚରଣ କରିଥିଲେ। ଗାଁ ଲୋକେ ଘଟଣା ସ୍ଥଳରେ ପହଞ୍ଚି ବାୟୁ ଯୁବକ ଜଣଙ୍କ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ଘଟଣା ନେଇ ନାବାଳିକାଙ୍କ ଜେଜେ ବାପା ଗୁରୁବାର ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ ଏକ ମାମଲା ରୁଜୁ କରି ପୁଲିସ ସଂପୃକ୍ତ ଯୁବକଙ୍କୁ ଗିରଫ କରିଥିଲା। ଉଭୟଙ୍କ ଡାକ୍ତରୀମାଇନା ପରେ ପୁଲିସ ଗିରଫ ଯୁବକଙ୍କୁ ବ୍ରହ୍ମପୁର ପୋକ୍ସୋ କୋର୍ଟକୁ ଚାଲାଣ କରାଯାଇଛି ବୋଲି ହିଞ୍ଜିଳି ଥାନା ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି।

ad-week
Leave A Reply

Your email address will not be published.