ଜିଲ୍ଲାରେ ଶ୍ରମିକ ସଚେତନତା ରଥର ଶୁଭାରମ୍ଭ

add-all

ମାଲକାନଗିରି : ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ଶ୍ରମିକ ସଚେତନତା ରଥର ଶୁଭାରମ୍ଭ କରିଛନ୍ତି। ଏହି ଶ୍ରମିକ ସଚେତନତା ରଥ ଏକ ମାସ ବ୍ୟାପି ଜିଲ୍ଲା ର ସମସ୍ତ ବ୍ଲକ, ଏନ ଏ ସି, ଶ୍ରମିକ ହାଟ, ଜନବହୁଳ ସ୍ଥାନ ଓ ନିର୍ମାଣ ଧୀନ କ୍ଷେତ୍ରରେ ସଚେତନତା ସୃଷ୍ଟି କରିବା ସହ ରାଜ୍ୟ ସରକାର ଓ ଶ୍ରମ ବିଭାଗର ଜନାଭିମୁଖୀ ଓ ଶ୍ରମିକ କଲ୍ୟାଣ ଯୋଜନା ଗୁଡିକ କିଭଳି ଲୋକଙ୍କ ପାଖରେ ପାଞ୍ଚିପାରିବ ସେ ନେଇ ସଚେତନତା ସୃଷ୍ଟି କରିବ | ବିଭିନ୍ନ ଶ୍ରମ କଲ୍ୟାଣ ବୋର୍ଡ଼ ମାଧ୍ୟମରେ ମିଳୁଥିବା ଶ୍ରମିକ ସହାୟତା ଯଥା ଓଡିଶା କୋଠା ବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼, ଓଡିଶା ସୁରକ୍ଷା ବୋର୍ଡ଼ ମାଧ୍ୟମରେ ମିଳୁଥିବା ଶ୍ରମିକ ସହାୟତା ଅଣସଂଗଠିତ ଶ୍ରମିକ ସାମାଜିକ ଯୋଜନା ଗୁଡିକ ସହ ଜିଲ୍ଲା କୁ ଶିଶୁ ଶ୍ରମିକ ମୁକ୍ତ ଓ ଅନ୍ତଃ ରାଜ୍ୟ ପ୍ରବାସୀ ଶ୍ରମିକ ମାନଙ୍କର ଅଧିକାର କର୍ତ୍ତବ୍ୟ ଏବଂ ସେମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ସରକାରୀ ନିୟମ ବିଷୟରେ ମଧ୍ୟ ସଚେତନତା ସୃଷ୍ଟି କରିବ | ଆଜି ଏହି କାର୍ଯ୍ୟକ୍ରମରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ପ୍ରସନ୍ନ କୁମାର ପାଣିଗ୍ରାହୀ, ସହକାରୀ ଶ୍ରମ ଅଧିକାରୀ, ପୁର୍ଣିମା ଡୁରୁକା, ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାଶ, ଚାଇଲଡ ଲାଇନ ସଦସ୍ୟ, ସି ଡବ୍ଲୁ ସି ସଦସ୍ୟ, ପରିବର୍ତନ ଏନ ଜି ଓ, ଶ୍ରମ କାର୍ଯ୍ୟାଳୟର କର୍ମଚାରୀ ଚିନ୍ମୟ ରାଉତରାୟ, ବିଜୟନନ୍ଦ ପଣ୍ଡା, ରିକୁ ରଞ୍ଜନ ଅଧିକାରୀ, ସୋନାଲି ରାୟ ଉପସ୍ଥିତ ଥିଲେ |

ad-week
Leave A Reply

Your email address will not be published.