ଛତ୍ରପୁର : ପିଲାଙ୍କ ପାଠପଢ଼ା ସହିତ ବୈଷୟିକ ଜ୍ଞାନ ଏବଂ ବିଭିନ୍ନ ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା ସେବା ବିଷୟରେ ଜ୍ଞାନ ଆହୋରଣ କରିବା ନିତାନ୍ତ ଆବଶ୍ୟକ l ବିଶେଷ କରି ଇଣ୍ଡଷ୍ଟ୍ରିରଲ ରେ ମାଲ ଉତ୍ପାଦନ ଓ ବିକ୍ରୟ କରିବାର ପ୍ରକ୍ରିୟା ଆଦି ବିଷୟରେ ଜ୍ଞାନ ଆହୋରଣ କରିବା ଲକ୍ଷ୍ୟ ନେଇ ଛତ୍ରପୁର ଓ ଗୋପାଳପୁରର କେନ୍ଦ୍ରୀୟ ବିଦ୍ୟାଳୟ ର ବିଦ୍ୟାର୍ଥୀ ମାନେ ଛତ୍ରପୁର ବ୍ଲକ ଅନ୍ତର୍ଗତ କାଳିଆବାଲି ସ୍ଥିତ ଭୁଜା ପାଇପ ଏଣ୍ଡ ଫିଟିଙ୍ଗ ଏ ୟୁନିଟ ଅଫ ନାୟକ ମେନୁଫେକଚରିଙ୍ଗ ପ୍ରାଇଭେଟ ଲିମିଟେଡ଼ ( ଇଣ୍ଡଷ୍ଟ୍ରିରଲ)କୁ ପରିଦର୍ଶନ କରି ବିଭିନ୍ନ ବିଷୟରେ ଜ୍ଞାନ ଆହୋରଣ କରିଥିଲେ, ଏହି ଅବସର ରେ ୟୁନିଟ ର ପ୍ରତିଷ୍ଠାତା ମାନିନୀ ନାୟକ ବିଦ୍ୟାର୍ଥୀ ଙ୍କୁ ବିଭିନ୍ନ ବିଷୟରେ ସମ୍ୟକ ସୂଚନା ଦେବା ସହ ଆଇଏସଓ ମାର୍କା ବିଷୟରେ ବୁଝାଇଥିଲେ l
