ନନ୍ଦାହାଣ୍ଡି ତହସିଲ କାର୍ଯ୍ୟାଳୟରେ ରାଜସ୍ୱ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ, ଯୋଗଦେଲେ ଜିଲ୍ଲାପାଳଙ୍କ ସହ ବହୁ ଅଧିକାରୀ

ନନ୍ଦାହାଣ୍ଡି : ନନ୍ଦାହାଣ୍ଡିରେ ରାଜସ୍ୱ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହେଇଯାଇଛି । ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଶୁଭଙ୍କର ମହାପାତ୍ର ଙ୍କ ଅଧକ୍ଷତା ରେ ଆୟୋଜିତ ଏହି ବୈଠକରେ ରାଜସ୍ୱ ସଂଗ୍ରହର ସ୍ଥିତି, ଗୃହହୀନ ପରିବାରକୁ ଜମି ପ୍ରଦାନର ସ୍ଥିତି, ତହସିଲ ସ୍ତରରେ ପ୍ରଦାନ କରାଯାଉଥିବା ବିଭିନ୍ନ ଜନସେବାର କାର୍ଯ୍ୟକାରିତା ସମୀକ୍ଷା କରିଥିଲେ | ଜୟପୁର- ନବରଙ୍ଗପୁର ରେଳ ସଂଯୋଗ ପ୍ରକଳ୍ପ, ଭରତମାଳା ର ଅଗ୍ରଗତି ଏବଂ ଅନ୍ୟାନ୍ୟ ଚାଲୁ ରହିଥିବା ପ୍ରକଳ୍ପ ଗୁଡିକ ର ମଧ୍ୟ ଏହି ବୈଠକ ରେ ଆଲୋଚନା ହୋଇଥିଲା, ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ, ଉପଜିଲ୍ଲାପାଳ, ଏବଂ ନନ୍ଦାହାଣ୍ଡି ବ୍ଲକ ରାଜସ୍ୱ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.