
ଚିକିଟୀ : ଏହି ବ୍ଲକରେ ଗୁରୁବାର ଦିନ ଚିକିଟୀ ଗଡ କଲ୍ୟାଣ ମଣ୍ଡପ ଠାରେ ସମନ୍ୱିତ ଶିଶୁବିକାଶ ପ୍ରକଳ୍ପ ଓ ସାମଜିକ ମଙ୍ଗଳ ବିଭାଗ ତରଫରୁ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି l ଏହି ଶିବିର ଓଡିଶା ରାଜ୍ୟ ମହିଳା କମିଶନ, ଜ଼ିଲ୍ଲା ସାମାଜିକ ମଙ୍ଗଳ, ସମନ୍ନିତ ଶିଶୁ ବିକାଶ ପ୍ରକଳ୍ପ ଚିକିଟୀ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇ ଥିବା ବେଳେ ମୁଖ୍ୟ ଅତିଥି ଭାବେ ଚିକିଟୀ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ଯୋଗ ଦାନ କରି ମହିଳା ମାନେ ଦେଶର ବିକାଶରେ ମୂଳ ଅଟନ୍ତି ଏମାନଙ୍କ ସୁରକ୍ଷା ପାଇଁ ସମସ୍ତେ ସଜାଗ ହୋଇ ରହିବା ନିହାତି ଦରକାର ଏବଂ ତା ସହିତ ମହିଳା ମାନଙ୍କ ଉପରେ ହେଉଥିବା ନିର୍ଯାତନା ଓ ବାଲ୍ୟବିବାହ କୁ ସମ୍ପୂର୍ଣ୍ଣ ଭାବେ କିପରି ବନ୍ଦ ହେବ ନିଜ ବକ୍ତବ୍ୟରେ କହିଥିଲେ।ଏହାକୁ ଆଖି ଆଗରେ ରଖି ଆଗାମୀ ୨୦୨୯ ସାଧାରଣ ନିର୍ବାଚନରେ ୩୩ ପ୍ରତିଶତ ମହିଳା ନିର୍ବାଚନ ମୈଦାନରେ ଭାଗ ନେବେ ବୋଲି ଭାରତରେ ପ୍ରସ୍ତାବ ମଂଜୁର ହେଲା ବୋଲି ମଧ୍ୟ ପ୍ରକାଶ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ମହିଳା ସୁରକ୍ଷା ଅଧିକାରିଣୀ ଡି.ନାଗରତ୍ନମ,ସ୍ଥାନୀୟ ବିଡିଓ ଲକ୍ଷ୍ମଣ ଚରଣ ସୋରେନ, ଅତିରିକ୍ତ ତହସିଲଦାର ସୁଶ୍ରୀ ଶାଶ୍ଵତୀ ଷଡ଼ଙ୍ଗୀ, ଏବିଇଓ ନିଗମାନନ୍ଦ ପଣ୍ଡା, ୱାନ ଷ୍ଟେପ ସେଣ୍ଟର ସଭ୍ୟା ଐଶ୍ଵର୍ଯ୍ୟl ସାହୁ ଓ ବି.ସୁନନ୍ଦା ଙ୍କ ସହ ବିଷୟ ବିଶେଷଜ୍ଞ ଅବସରପ୍ରାପ୍ତ ଅଧ୍ୟକ୍ଷ ଗୋବିନ୍ଦ ରାଓ ଏବଂ ଏଡେଣ୍ଟ ସୋସିଆଲ ଅଧିକାରୀ ପ୍ରକଳ୍ପ ସଂଯୋଜକ କୃଷ୍ଣଚନ୍ଦ୍ର ବେହେରା ଆଇନ ସଚେତନତା କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଭାବେ ତାଲିମ ଦେବା ସହ ଉପସ୍ଥିତ ମହିଳା ମନଙ୍କୁ ଉତ୍ସାହିତ କରିଥିଲେ। ମଞ୍ଚ ପରିଚାଳନା ଆଦର୍ଶ ଶିକ୍ଷକ ରଞ୍ଜନ କୁମାର ବ୍ରହ୍ମା କରିଥିବା ବେଳେ ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବାରେ ଅନୁପ କୁମାର ପାଣିଗ୍ରାହୀ ଓ ମନ୍ମଥ ବେହେରା ଯୋଗଦାନ କରିଥିଲେ l