ଡିଆଇଇଟିରେ ଜାତୀୟ ଶିକ୍ଷାନୀତିକୁ ନେଇ ଜିଲ୍ଲାସ୍ତରୀୟ ସେମିନାର ଅନୁଷ୍ଠିତ

add-all

ନବରଙ୍ଗପୁର ,୧୪/୨(): ସ୍ଥାନୀୟ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ରେ ଜିଲ୍ଲା ସ୍ତରୀୟ ସେମିନାର ନୂତନ ଜାତୀୟ ଶିକ୍ଷା ନୀତି ରେ ମୌଳିକ ସଂଖ୍ୟା ଓ ଭାଷା ଜ୍ଞାନର ଗୁରୁତ୍ବ ବିଷୟକୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନ ର ଅଧକ୍ଷ ଅରବିନ୍ଦ ମଢେଇ ଅଧକ୍ଷତା ରେ ଅନୁଷ୍ଠିତ ଏହି କର୍ମଶାଳାରେ ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସମସ୍ତଙ୍କୁ ପ୍ରେରଣା ଦେଇଥିଲେ। କାର୍ଯ୍ୟକ୍ରମ ରେ କୋରାପୁଟ ଇନ୍ଦିରାଗାନ୍ଧୀ ମୁକ୍ତ ବିଶ୍ବବିଦ୍ୟାଳୟର ଆଞ୍ଚଳିକ ନିର୍ଦ୍ଦେଶକ ଡଃ.ଲତିକା ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜୟପୁର ବିଶ୍ବବିଦ୍ୟାଳୟର ଡଃ. ମନୋରଞ୍ଜନ ପ୍ରଧାନ, ନବରଙ୍ଗପୁର ମହିଳା ମହାବିଦ୍ୟାଳୟ ର ଡଃ. ସଂଯୁକ୍ତା ପଣ୍ଡା, ଅବସର ପ୍ରାପ୍ତ ପ୍ରଧ୍ୟାପକ ଡଃ. ବିଜୟ କୁମାର ମିଶ୍ର, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଡଃ. ପ୍ରଦୀପ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ. ରେଶମଲାଲ ନାୟକ ପ୍ରମୁଖ ସମ୍ମାନିତ ଅତିଥି ରୂପେ ମଞ୍ଚାସିନ ଥିଲେ l ସେମିନାର ରେ ୧୫ ଜଣ ଶିକ୍ଷକ ଓ ୬ ଜଣ ଶିକ୍ଷକ ପ୍ରଶିକ୍ଷକ ଏବଂ ୩ ଜଣ ଅଧ୍ୟୟନ ରତ ଛାତ୍ର ଛାତ୍ରୀ ନିଜର ସନ୍ଦର୍ଭ ଆଲୋଚନା କରିଥିଲେ l ସମସ୍ତ କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଡଃ. ଓଁକାର ପଟ୍ଟନାୟକ ସଂଚାଳନl କରିଥିଲେ । ଅନୁଷ୍ଠାନର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ବିଜଲୀ ଏକ୍କା, ନୀଳାଞ୍ଚଳ ମେହେର , ମୂର୍ତ୍ତି କୁମାର, ପଲ୍ଲବୀ ସିଂହ, ବି. କରିଶ୍ମା ଏବଂ ଉମରକୋଟ ଡିଆଇଇଟିର ର ସାଇ ବିଦ୍ୟା ପାତ୍ର ପରିଚାଳନା ରେ ସହଯୋଗ କରିଥିଲେ l ଅନୁଷ୍ଠାନ ର ସମସ୍ତ କର୍ମଚାରୀ ଏବଂ ଅଧ୍ୟୟନ ଛାତ୍ର ଛାତ୍ରୀ ସହଯୋଗ କରିଥିଲେ lସମ୍ପ୍ରତି ଶିକ୍ଷା ବ୍ୟବସ୍ଥା ରେ ଏଫଏଲଏନର ଗୁରୁତ୍ୱ ଏବଂ ଜାତୀୟ ଶିକ୍ଷା ନୀତି ର ପ୍ରଚଳନ ନିଶ୍ଚୟ ଶିକ୍ଷା ବ୍ୟବସ୍ଥା କୁ ଅଧିକ ମାର୍ଜିତ ଓ ସୁଦୃଢ କରିବ ବୋଲି ଆଲୋଚନା ହୋଇଥିଲା।

ad-week
Leave A Reply

Your email address will not be published.