ଆଶ୍ରମ ବିଦ୍ୟାଳୟ ବାସିନୀର ବାର୍ଷିକ ଉତ୍ସବ ଅନୁଷ୍ଠିତ

add-all

ନବରଙ୍ଗପୁର : ୨୦୨୪-୨୫ ବର୍ଷ ପାଇଁ ଆଶ୍ରମ ବିଦ୍ୟାଳୟ , ବାସିନୀ ର ବାର୍ଷିକ ଉତ୍ସବ ମହା ଆଡ଼ମ୍ବରରେ ପାଳନ ହୋଇଛି।ଏହି କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ଠାରେ ବେଦ ମନ୍ତ୍ର ଉଚ୍ଚାରଣ ପୂର୍ବକ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ଵଳନ କରାଯାଇ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକଙ୍କ ଦ୍ଵାରା ବିଦ୍ୟାଳୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସହ ଛାତ୍ର ଛାତ୍ରୀ ମାନଙ୍କୁ ଯୋଗାଇ ଦିଆ ଯାଉଥିବା ବିଭିନ୍ନ ସୁବିଧା ସୁଯୋଗ ପ୍ରତି ଆଲୋକପାତ କରିଥିଲେ।ଏହି କାର୍ଯ୍ୟକ୍ରମରେ ଏ.ଡି.ଡବ୍ଲୁ.ଓ ଶ୍ରୀ ଭରତ ଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ପ୍ରତି ଗୁରୁତ୍ବ ଦେବାକୁ ପ୍ରେରଣା ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ, ସରପଞ୍ଚ ଶ୍ରୀ ଟଙ୍କଧର ରନ୍ଧାରୀ, ଜିତେନ୍ଦ୍ର ଚୌଧୁରୀ,ରୋଗୀ ସେବାକୁ ଜୀବନର ବ୍ରତ କରିଥିବା ଡ଼ଃ ନିଖିଲ ପଣ୍ଡା, ଉପାଧ୍ୟକ୍ଷ ନବରଙ୍ଗପୁର ପଞ୍ଚାୟତ ସମିତି ଶ୍ରୀମତୀ ନନ୍ଦିନୀ ସମରଥ ଓ ଅନ୍ୟାନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.