
ଅଳ୍ପକେ ବର୍ତ୍ତିଗଲେ ୩ ଯାତ୍ରୀ; ନିଆଁକୁ ଆୟତ୍ତ କଲା ଦମକଳ ବାହିନୀ
ହିଞ୍ଜିଳିକାଟୁ ୧୪!୨ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଆର ଏମ ସି ଛକ ନିକଟ ଉପଖଣ୍ଡ ଚିକିତ୍ସାଳୟର ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ଚଳନ୍ତା କାର । ଅଳ୍ପକେ ବର୍ତ୍ତିଗଲେ ଗାଡିରେ ଥିବା ଯାତ୍ରୀ । ଖବର ପାଇ ଘଟଣା ସ୍ଥଳରେ ଦମକଳ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଛନ୍ତି । ସୂଚନା ଅନୁଯାୟୀ ଏକ ଟାଟା ଈଣ୍ଡିକୋ ଓଡି୦୨ଜେ ୬୧୫୫ କାରରେ ତିନି ଜଣ ଲୋକ ଉପଖଣ୍ଡ ଚିକିତ୍ସାଳୟରୁ ବାହାରି ନିଜ ଗ୍ରାମ ବୁରୁପଡା ଯିବା ସମୟରେ ରାସ୍ତା ଉପରେ ଯାଉଥିବାବେଳେ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଆର ଏମ ସି ଛକ ନିକଟ ଉପଖଣ୍ଡ ଚିକିତ୍ସାଳୟର କେନାଲ ରାସ୍ତାରେ ହଠାତ୍ ଗାଡିର ଇଞ୍ଜିନରୁ ଧୂଆଁ ବାହାରିଥିଲା । ଗାଡିରୁ ଡ଼୍ରାଇଭର ଓହ୍ଲାଇବା ବେଳକୁ ଗାଡିଟି ଜଳି ଉଠିଥିଲା । ଭୟରେ ସେମାନେ ଦୂରକୁ ପଳାଇଥିଲେ ।
ରାସ୍ତାର ଉଭୟ ପାଶ୍ୱର୍ରେ ବହୁ ଗାଡି ଅଟକି ଯାଇଥିଲେ । କିଛି ସମୟ ପରେ ଦମକଳବାହିନୀ ପହଁଚି ନିଆଁକୁ ଆୟତ କରିଛନ୍ତି ।