ରାଇଘର ଅଞ୍ଚଳ ରେ ଚାଞ୍ଚଲ୍ୟ : ହରିଜନ ଯୁବକକୁ ହତ୍ୟା

youtube

ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
ଉମରକୋଟ / ରାଇଘର ( ୧୫/୦୨/୨୦୨୫) ଦିନକୁ ଦିନ ବୃଦ୍ଧି ପାଇବାକୁ ଲାଗିଛି ରାଇଘର ଅଞ୍ଚଳ ର ଆଇନ ଶୃଙ୍ଖଳା । ରାଇଘର ବ୍ଲକ ଏକ ଉପାନ୍ତ ଅଞ୍ଚଳ ହୋଇଥିବାରୁ ଏହାର ଫାଇଦା ଉଠାଇ ଦୁର୍ବୃତ୍ତ ମାନେ ବିଭିନ୍ନ ପ୍ରକାରର ଅସାମାଜିକ କର୍ମ ଘଟାଇ ଚାଲିଛନ୍ତି ପୋଲିସ ସାଜିଛି ନୀରବ ଦ୍ରଷ୍ଟା ଯାହାକୁ ନେଇ ରାଇଘର ଅଞ୍ଚଳବାସୀଙ୍କ ମନରେ କକୁଆ ଭୟ ସୃଷ୍ଟି ହେଉଛି ।
ସୂଚନା ପ୍ରକାରେ ରାଇଘର ବ୍ଲକ, ଗଞ୍ଜାପାରା ପଞ୍ଚାୟତ ଅନ୍ତର୍ଗତ ମାରଙ୍ଗପାଳି ଗ୍ରାମର ପବିତ୍ର ହରିଜନ ଆନୁମାନିକ ବୟସ (୩୦) ବର୍ଷ, ପିତା ଲଖିନାଥ ହରିଜନ ସେ ବାହାର ରାଜ୍ୟରେ କାମ କରନ୍ତି ଏବଂ ସେ ନିଜ ଗ୍ରାମ ଓ ଆଖ ପାଖରେ ମାଘ ମଣ୍ଡେଇ ଉପଲକ୍ଷେ ୭/୨/୨୦୨୫ ରିଖ ଘରକୁ ଆସିଥିଲେ। ପରିବାରଙ୍କ ସହିତ ମଣ୍ଡେଇ ଦେଖିବା ଓ ପୁଣି ବାହାର ରାଜ୍ୟରେ କାମ ଧନ୍ଦା କରିବାକୁ ଯିବ ବୋଲି ପରିବାର ଲୋକଙ୍କୁ କହିଥିଲେ କିନ୍ତୁ ବିଗତ କାଲି ୧୪/୦୨/୨୦୨୫ ରିଖ ସକାଳେ ନିଜ ଘରେ ଗାଧୋଇ, ଖାଇ ଘରରୁ ବାହାରିଥିଲେ। ଆପରାନ୍ହ ପ୍ରାୟ ଚାରିଟା ସମୟ ପବିତ୍ରର ମା ପବିତ୍ରକୁ ଫୋନ କରିଥିଲେ , କିନ୍ତୁ ଫୋନରେ ରିଂ ଯାଉଥିଲେ ମଧ୍ୟ କେହି ଉଠାଇ ନଥିଲେ। ଏହି ପରି ବିଳମ୍ବିତ ରାତି ଯାଏ ଘରର ସବୁ ସଦସ୍ୟ ଫୋନ କରି ଚାଲୁଥିଲେ ମଧ୍ୟ କାହାର ଫୋନ ସେ ଉଠାଉ ନ ଥିଲେ।ଏହା ତାଙ୍କର ମା ଓ ପରିବାର ଲୋକେ ଆମ ଗଣମାଧ୍ୟମ ପ୍ରତିନିଧି ପାଖରେ ପ୍ରକାଶ କରିଛନ୍ତି।ଆଜି ୧୫/୫/୨୦୨୫ ରିଖ ସକାଳେ ଢ଼ୋଡରାପାରା ସ୍ଥିତ ବିଜୁ ପଟ୍ଟନାୟକ ସ୍କୁଲ ପାଖରେ ଥିବା ଏକ ଇଟାଭାଟିରେ ମୁହଁରେ ଲଙ୍କା ଗୁଣ୍ଡ ଲେପିଥିବା ଅବସ୍ଥାରେ ପବିତ୍ର ପଡିଥିଲା ଯାହାକି ରାଇଘର ଥାନାରୁ ପ୍ରାୟ ଏକ କିଲୋମିଟରଦୂର ହେବ । କେହି ତାଙ୍କୁ ମୁହଁରେ ଲଙ୍କା ଗୁଣ୍ଡ ପକାଇ ହତ୍ୟା କରିଛି ଯାହାକୁ ନେଇ ପରିବାର ଲୋକେ ଅଭିଯୋଗ କରୁଛନ୍ତି ଏହା ଏକ ସୁପରିକଳ୍ପିତ ହତ୍ୟା।ଏହି ଖବର ରାଇଘର ଥାନାରେ ପହଞ୍ଚିବା ପରେ ରାଇଘର ଥାନାର ଭାରପ୍ରାପ୍ତ ଅଧିକାରୀ ଶ୍ରୀ ରଘୁନାଥ ମାଝୀ ସଦଳବଳେ ଘଟଣା ସ୍ଥାନରେ ପହଂଚି ଅନୁସନ୍ଧାନ ଜାରି ରଖିଛନ୍ତି l କିନ୍ତୁ ଏଠାରେ ସୂଚନା ଥାଉକି ରାଇଘର ଅଞ୍ଚଳ ର ଆଇନ ଶୃଙ୍ଖଳା ଦିନକୁ ଦିନ ବିଗୁଡି ଥିଲେ ବି ପୋଲିସ ନୀରବ ଦ୍ରଷ୍ଟା ସାଜିଛି ଯାହାର ଫାଇଦା ଅସାମାଜିକ ଯୁବକ ମାନେ ନେଉଛନ୍ତି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l

Leave A Reply

Your email address will not be published.