ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶ, କାମଧେନୁ ଯୋଜନାରେ ଚାଷୀମାନଙ୍କୁ ଗାଈ ପ୍ରଦାନ

ଭୁବନେଶ୍ୱର : ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଭୁବନେଶ୍ଵର ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡିଆରେ ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶ-୨୦୨୫ ଉଦ୍ଘାଟିତ ହୋଇଯାଇଛି । ଏହି ସମାବେଶରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଚାଷୀମାନଙ୍କୁ ଗାଈ ପ୍ରଦାନ କରାଯାଇଥିଲା ।  ଏଥିସହିତ ଶିକ୍ଷିତ ଯୁବକ ଯୁବତୀଙ୍କ ମନରେ ମତ୍ସ୍ୟ ଓ ପ୍ରାଣୀ ପାଳନ ପ୍ରତି ଆଗ୍ରହ ସୃଷ୍ଟି କରାଇବା ସହ ସରକାରଙ୍କର ବିଭିନ୍ନ ଯୋଜନା ସଂପର୍କରେ ଅବଗତ କରାଯାଇଥିଲା । ବୈଜ୍ଞାନିକ ପଦ୍ଧତିରେ ଚାଷ କଲେ କିପରି ସେମାନେ ଲାଭବାନ ହୋଇପାରିବେ ସେ ସଂପର୍କରେ ଜ୍ଞାନ ଆହରଣ କରିବା ସହ ଗୋଟିଏ ସ୍ଥାନରେ ବିଭିନ୍ନ ପ୍ରଜାତିର ମାଛ, ଚିଙ୍ଗୁଡି, କୁକୁଡା, ବତକ, ଗାଈ, ମଇଁଷି, ଛେଳି, ମେଣ୍ଢା ଇତ୍ୟାଦି ଚାଷ, ସେମାନଙ୍କର ଯତ୍ନ, ଖାଦ୍ୟ ଏବଂ ବିକ୍ରି କିପରି କରିବେ ସେ ସଂପର୍କରେ ଆଲୋଚନା କରାଯାଇଥିଲା । ଏହି ସମାବେଶ ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବ ।

ଅନ୍ୟପଟେ ଗତକାଲି ଏହି ସମାବେଶରେ ମତ୍ସ୍ୟ, ପଶୁ ସଂପଦ ବିକାଶ ବିଭାଗ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।  ଅନ୍ୟତମ ଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ରପାତ୍ର, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ଓମ୍ଫେଡ୍ ପରିଚାଳନା ନିର୍ଦେଶକ ବିଜୟ ଅମୃତା କୁଲାଙ୍ଗେ, ମତ୍ସ୍ୟ ସଂପଦ ନିର୍ଦେଶକ ଓ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ସଫଳ ଚାଷୀଙ୍କୁ ମାନପତ୍ର ସହ ପୁରସ୍କୃତ କରିଥିଲେ ।

ad-week
Leave A Reply

Your email address will not be published.