ଚଳନ୍ତା ଓଏସଆରଟିସି ବସରେ ଲାଗିଲା ନିଆଁ

youtube

ହିଞ୍ଜିଳିକାଟୁ ୧୬!୨ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବିଜୁପଟ୍ଟନାୟକ ଛକ ନିକଟ ଚନ୍ଦ୍ର କଳ୍ପେଶ୍ଵର ମନ୍ଦିର ନିକଟ ଜାତୀୟ ରାଜପଥ ୫୯ ରେ ଚଳନ୍ତା ଓ ଆର ଟି ସି ଯାତ୍ରୀପୂର୍ଣ୍ଣ ସରକାରୀ ବସରେ ଅଚାନକ ନିଆଁ ଲାଗିଯାଇଥିଲା । ବସରେ ନିଆଁ ଲାଗିବା ଦେଖି ଡ୍ରାଇଭର ଗାଡି ରୋକିଥିଲେ । ଏହା ପରେ ସମସ୍ତ ଯାତ୍ରୀ ତୁରନ୍ତ ଓହ୍ଲାଇ ପଡିଥିଲେ । ତେବେ ଏଥିରେ କେହି ମୃତାହତ ହୋଇନାହାଁନ୍ତି ।ଓସ ଆର ଟି ସି ବସ ନଂ ଓଡି୦୭ଡି ୭୭୦୩ ଓଡ଼ଗାଁ,ନୟାଗଡ଼ ଖଣ୍ଡପଡ଼ା ଠାରୁ ବାହାରି ଆସିକା ହିଞ୍ଜିଳିକାଟୁ ଦେଇ ବ୍ରହ୍ମପୁର ଯିବା ସମୟରେ ରବିବାର ରାତ୍ର ପ୍ରାୟ୮ଘଣ୍ଟା୧୫ମି ସମୟରେ ହିଞ୍ଜିଳିକାଟୁ ଚନ୍ଦ୍ର କଳ୍ପେଶ୍ଵର ମନ୍ଦିର ନିକଟରେ ଚଳନ୍ତା ସରକାରୀ ବସର ଇଞ୍ଜିନ ରୁ ନିଆଁ ଲାଗି ହଠାତ ଉପରକୁ ଉଠାଇଥିଲା।ବସ ଚାଳକ ଵସ ଟିକୁ ରଖି ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇଥିଲେ ଫଳରେ ସମସ୍ତ ଯାତ୍ରୀଙ୍କ ଜିବନ ବଞ୍ଚି ଯାଇଛି। ସ୍ଥାନୀୟ ଲୋକେ ନିଆଁ କୁ ଆୟତ କରିଥିଲେ। ଘଟଣା ପରେ ୫୯ ନଂ ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ବହୁ ଯାନବାହାନ ଅଟକି ରହିବା ସହ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା। ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରାଫିକ ନିୟନ୍ତ୍ରଣ କରିବା ପରେ ଗାଡି ଚଳାଚଳ ସ୍ବାଭାବିକ ହୋଇଥିଲା। ନିଆଁ ଲିଭିବା ପରେ ପୁଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ଗାଡିକୁ ଠେଲି ବିଜୁ ପଟ୍ଟନାୟକ ଛକ ପ୍ବାର୍ଶ୍ବରେ ରଖିଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.