ମାତୃପିତୃ ପୂଜନ ଦିବସ ଓ ଜେଜେ ବାପା ଜେଜେ ମାଆ ଓ ଅଜା ଆଇ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ

youtube

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ମାତୃ ପିତୃ ପୂଜନ ଦିବସ ଓ ଜେଜେ ବାପା ଜେଜେ ମାଆ ଓ ଅଜା ଆଈ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ଅଧ୍ୟାପକ ଡକ୍ଟର ବିଭୁତି ଭୂଷଣ ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବେ ପ୍ରକାଶ ଚନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇ ଭାରତୀୟ ସଂସ୍କୃତି ପରମ୍ପରା ରେ ମାତୃ ପିତୃ ଦିବସ ର ମହତ୍ୱ ଶିଶୁ ଓ ଉପସ୍ଥିତ ମାଆ ଓ ବାପା ମାନଙ୍କୁ ବୁଝାଇଥିଲେ l ପ୍ରଧାନାଚାର୍ଯ୍ୟ ଶିଶିର କୁମାର ମହାପାତ୍ର ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ l ସମ୍ପାଦକ ତୀର୍ଥବାସୀ ଘଡ଼ାଇ ଏହି ଦିବସ ର ଉଦେଶ୍ୟ ଜ୍ଞାପନ କରିଥିଲେ l ଶିଶୁ ବାଟିକା ବିଭାଗ ଦ୍ୱାରା ବିଭିନ୍ନ ନୃତ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l ପ୍ରାୟ ୧୫୦ ରୁ ଉର୍ଦ୍ଧ୍ୱ ମାଆ ଓ ବାପା ଯୋଗ ଦେଇଥିଲେ l ଶେଷରେ ଆଚାର୍ଯ୍ୟl ମମତା ମହାରଣା ଧନ୍ୟବାଦ ଅର୍ପଣ କରିଥିବା ବେଳେ ସମସ୍ତ ଗୁରୁଜୀ ଓ ଗୁରୁମା, ସେବକ ସେବିକା ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l

Leave A Reply

Your email address will not be published.