କ୍ଷୁଦ୍ର ବଣିକ ସଂଘ ସଦସ୍ୟ ତଥା ବ୍ୟବସାୟୀ ଙ୍କ ପରଲୋକ

add-all

ବାଲିଗୁଡା, ତା, ୧୬/୦୨: କନ୍ଧମାଳ ଜିଲ୍ଲା ବାଲିଗୁଡା ବସଷ୍ଟାଣ୍ଡ ସ୍ଥିତ କାହ୍ନା ସ୍ନାକ୍ସ ଏଣ୍ଡ ସୁଇଟସ ର ମାଲିକ ତଥା କ୍ଷୁଦ୍ର ବଣିକ ସଂଘର ସଦସ୍ୟ ପ୍ରଭାକର ବେହେରା (୪୬) ଙ୍କ ରବିବାର ସକାଳେ ନିଜ ବାସ ଭବନ ଇଲେକ୍ଟ୍ରି ସାହି ଠାରେ ପରଲୋକ ହୋଇଛି | ଏହି ଖବର ପ୍ରଚାରିତ ହେବା ସଙ୍ଗେ ସଙ୍ଗେ ସମଗ୍ର ବସଷ୍ଟାଣ୍ଡ ପରିବେଶ ଓ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା।ଏହାକୁ ସମ୍ମାନ ଜଣାଇ କ୍ଷୁଦ୍ର ବଣିକ ସଂଘ ତରଫରୁ ସମସ୍ତ ଦୋକାନ ବଜାର ବନ୍ଦ ରଖି ଥିଲେ l ଏକାଧାରରେ ସେ ଜଣେ ପରୋପକାରୀ, ମିଷ୍ଟ ଭାଷୀ ବ୍ୟକ୍ତି ଭାବେ ବେଶ୍ ପରିଚିତ ଥିଲେ। ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ସ୍ତ୍ରୀ, ଝିଅ, ଭାଇ, ବୋହୁ ଓ ପରିବାର ସମସ୍ତ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଖବର ପାଇ ସହରର ବହୁ ବ୍ୟକ୍ତି, ସାଙ୍ଗ, ସାଥି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଶେଷ ଦର୍ଶନ କରିଥିଲେ। ତାଙ୍କ ମର ଶରୀରକୁ ଏକ ବିରାଟ ଶୋଭାଯାତ୍ରା ରେ ସମଗ୍ର ସହର ପରିକ୍ରମା କରି ସ୍ମଶାନ ଘାଟରେ ଅନ୍ତିମ ସଂସ୍କାର କରାଯାଇଥିଲା l ଶେଷ ଦର୍ଶନ କରିଥିଲେ।

ad-week
Leave A Reply

Your email address will not be published.