ଅଲିଭ ରିଡଲେ ଙ୍କ ଗଣ ଅଣ୍ଡା ଦାନ ପର୍ବ ଆରମ୍ଭ, ଦିନରେ ହଜାର ହଜାର ସଂଖ୍ୟକ ଗଣ ଅଣ୍ଡାଦାନ

add-all


ତିନି ଦିନରେ ୨ଲକ୍ଷ ରୁ ଅଧିକ ଅଣ୍ଡାଦାନ

ଛତ୍ରପୁର : ନୂଆ ଅତିଥିଙ୍କ ଆଗମନ. ଭୋର ସକାଳୁ ମଥା ପାତି ପାତି ସମୁଦ୍ର କୂଳ ଆଡକୁ ସାଙ୍ଗ ସାଥି ହୋଇ ଆସୁଛନ୍ତି ଅଲିଭ ରିଡଲେ | ବିସ୍ତିର୍ଣ୍ଣ ବେଳାଭୂମିରେ ହଜାର ହଜାର ଭିନ୍ନ ପ୍ରଜାତିର ଅତିଥିଙ୍କ ଦୃଶ୍ୟ ସମାଗମ ସମସ୍ତ ଙ୍କୁ ଆମନ୍ତ୍ରଣ କରୁଛି. ଅଚିହ୍ନା ରାଇଜରେ ଚିହ୍ନା ଚିହ୍ନା ମୁହଁକୁ ଅନ୍ୱେଷଣ କରି ବଂଶ ବିସ୍ତାର କରିବାକୁ ପ୍ରୟାସ କରୁଛନ୍ତି ନୂଆ ଅତିଥିଗଣ |
ଗଞ୍ଜାମ ଜିଲାର ଋଷିକୂଲ୍ୟା ମୁହାଣ. ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଡ଼ମପେଟା ଗ୍ରାମ ଠାରୁ ବଟେଶ୍ୱର ମନ୍ଦିର ନିକଟସ୍ଥ ସମୁଦ୍ର ବେଳାଭୂମିରେ ବିରଳ ପ୍ରଜାତିର ଅଲିଭ ରିଡେଲ କଇଁଚଙ୍କ ସମାଗମ | ସେମାନେ ରାତ୍ରରେ ଆସି ଅଣ୍ଡାଦାନ କରି ସମୁଦ୍ର କୁ ଫେରିଯାଉଥିବା ବେଳେ ମଙ୍ଗଳବାର ଦିନରେ ଅଣ୍ଡାଦାନ କରୁଥିବା ଦେଖିବାକୁ ମିଳିଛି | ହଜାର ହଜାର ଅଲିଭ ରିଡେଲ କଇଁଚ ସମୁଦ୍ର ବେଳାଭୂମିକୁ ଆସି ଗଣଅଣ୍ଡାଦାନ କରୁଛନ୍ତି ଯାହାକି ବିରଳ ଘଟଣା ଅଟେ | ଋଷିକୁଲ୍ୟା ନଦୀ ମୁହାଣରେ ଚଳିତବର୍ଷ ଗଣଅଣ୍ଡାଦାନ ଆରମ୍ଭ ହୋଇଛି । ବର୍ତ୍ତମାନ ପାଗ ଅନୁକୂଳ ରହିଛି। ଧୀରେ ଧୀରେ ଦକ୍ଷିଣା ପବନ ଆରମ୍ଭ ହେଲାଣି ଏଣୁ ଗତଥର ଅପେକ୍ଷା ଏଥର ଲକ୍ଷାଧିକ କଇଁଛ ଗଣ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ତିନି ଦିନରେ ୨ଲକ୍ଷ ୧୮ ହଜାର ୮୩୦ଗଣଅଣ୍ଡାଦାନ ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା |

ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଗତବର୍ଷ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଗଣଅଣ୍ଡାଦାନ ହୋଇ ନଥିଲା । କିନ୍ତୁ ଚଳିତ ଵର୍ଷ ଗଣଅଣ୍ଡାଦାନ ପାଇଁ ପରିବେଶ ଅନୁକୂଳ ଥିବାରୁ ସମୁଦ୍ରରେ ଲକ୍ଷାଧିକ କଇଁଛଙ୍କ ସମାଗମ ରହିଥିବା ଦେଖିବାକୁ ମିଳିଛି। ଶୀତଋତୁ ଆରମ୍ଭ ହେବା କ୍ଷଣି ନଭେମ୍ବର ମାସରେ ସୁଦର ଦେଶ ରୁ ଲକ୍ଷାଧିକ ସଂଖ୍ୟାରେ କଇଁଛ ଓଡ଼ିଶା ଉପକୂଳମୁହାଁ ହୋଇଥାନ୍ତି। ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ନଦୀ ମୁହାଣ ସଂଲଗ୍ନ ବାଲୁକାଶଯ୍ୟାରେ କଇଁଛ ଗଣଅଣ୍ଡାଦାନ କରିଥାନ୍ତି | କଇଁଛଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗଣଅଣ୍ଡାଦାନ ପୂର୍ବରୁ ପୁରୁଣାବନ୍ଧ ଠାରୁ ବଟେଶ୍ଵର ପର୍ଯ୍ୟନ୍ତ ପାଞ୍ଚ କିମି ବେଳାଭୂମିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଵା ସହ ବ୍ୟାରିକେଟ କରାଯାଇଛି | ଗୋଟିଏ କଇଁଛ ଆନୁମାନିକ ୧୨୦ ରୁ ୧୫୦ ଟି ଅଣ୍ଡା ଦେଇଥାଏ | ଅଣ୍ଡା ଦେବା ପରେ ତାହାକୁ ବାଲିରେ ପୋତି ସମୁଦ୍ର କୁ ଚାଲି ଯାଇଥାଏ | ୪୫ ଦିନ ପରେ ସେଥିରୁ ଛୁଆ ବାହାରି ସମୁଦ୍ର କୁ ଚାଲି ଯାଆନ୍ତି | ଶହେ ମିଟର୍ ବ୍ୟବଧାନରେ ଗୋଟାଏ ଲେଖାଏଁ ୫୦ ଟି ସେଗମେଣ୍ଟ୍ କରାଯିବା ସହ ସହ ଆଠଟି କୃତ୍ରିମ ପ୍ରଜନନ କେନ୍ଦ୍ର ପ୍ରତିଷ୍ଠା କରିଛି ବନ ବିଭାଗ। ବେଳାଭୂମିର ବାଲୁକାଶଯ୍ୟାରେ ସୁରକ୍ଷାବାଡ଼ କରାଯାଇଛି । ଫଳରେ କୁକୁର ଓ ବିଲୁଆ ସେହି ସ୍ଥାନକୁ ଯାଇ ପାରିବେ ନାହିଁ | ପ୍ରତିଦିନ ବୋଟ୍ ମାଧ୍ୟମରେ ଫରେଷ୍ଟର୍ ଙ୍କ ତତ୍ତ୍ୱାବଧାନରେ ସମୁଦ୍ରରେ ପାଟ୍ରୋଲିଂ କରାଯାଉଛି। ମିଳନ ପର୍ବ ଠାରୁ ଆରମ୍ଭ କରି ବର୍ତ୍ତମାନ ଗଣଅଣ୍ଡାଦାନ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ୧୪୦ ଜଣ ସୁରକ୍ଷାକର୍ମୀ ନିୟୋଜିତ ହେଇ ଥିବା ସୂଚନା ମିଳିଛି l କଇଁଛ ଙ୍କ ଆଗମନ ଓ ଅଣ୍ଡାଦାନ ପ୍ରକ୍ରିୟା ଶେଷ ହେବା ନେଇ ବନ ବିଭାଗ ସେମାନଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଥାନ୍ତି | ନଭେମ୍ବର ୧ ମେ ୩୧ ପ୍ରଯ୍ୟନ୍ତ ସମୁଦ୍ର ଉପକୁଳ ଆର୍ଯ୍ୟପଲ୍ଲୀ ରୁ ପ୍ରୟାଗି ୨୦ କିମି କୁ ନୋ ଫିସିଙ୍ଗ ଜୋନ ଘୋଷଣା କରାଯାଇଛି | ୨୦୨୪ ରେ ଅଣ୍ଡା ଦାନ ହୋଇନଥିଲା |
| ଚଳିତ ବର୍ଷ ରେକର୍ଡ ସଂଖ୍ୟାକ ଗଣ ଅଣ୍ଡାଦାନ ହେବ ବୋଲି ଆଶା ରଖିଛନ୍ତି ବନ ବିଭାଗ | ଏହାକୁ ଦେଖିବା ପାଇଁ ଏବେ ପ୍ରଯ୍ୟାଟକ ଙ୍କ ଭିଡ ଜମୁଛି

ad-week
Leave A Reply

Your email address will not be published.