ଛତ୍ରପୁର, : ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ର ବ୍ୟାଙ୍କ ସମୁହ ପକ୍ଷରୁ ଅର୍ଥ ପରାମର୍ଶଦାତା କମିଟି ବୈଠକ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ସରକାର ଙ୍କ ବିଭିନ୍ନ ଯୋଜନା ଗୁଡିକ ରୁ ଲୋକ ମାନେ କିପରି ଉପଯୁକ୍ତ ଲାଭ ପାଇବେ ଏବଂ ସେମାନଂକୁ ସଠିକ ସେବା ଯୋଗାଇବା ନିମନ୍ତେ ବ୍ୟାଙ୍କ ଗୁଡିକର ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଆଗାମୀ ୧୦/୧୫ ଦିନ ସୁଦ୍ଧା ମୋବାଇଲ ବ୍ୟାଙ୍କିଙ୍ଗ ସୁବିଧା ଯୋଗାଇବା ନିମନ୍ତେ ଜିଲ୍ଲାପାଳ ଗୁରୁତ୍ୱ ଦେବା ସହ ଶିକ୍ଷା ଋଣ ପ୍ରଦାନ କରିବାକୁ ପ୍ରାଧାନ୍ୟ ଦେଇଥିଲେ, ଏନେଇ ଏକାଡେମୀ ଆରମ୍ଭ ପରେ କଲେଜ ସ୍ତର ରେ ବ୍ୟାପକ ସଚେତନତା କରିବା ନିମନ୍ତେ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ, ଗଞ୍ଜାମ ଜିଲ୍ଲାର ସର୍ବ ମୋଟ ୩୨ ଟି ବ୍ୟାଙ୍କ ସହ ବିଭିନ୍ନ ସହରାଂଚଳ ଓ ଗ୍ରାମାଂଚଳରେ ୪୪୩ ଟି ଶାଖା ରହିଛି । ୨୦୨୪ ଡିସେମ୍ବର ମାସ ସୁଦ୍ଧା ସମସ୍ତ ବ୍ୟାଙ୍କର ମୋଟ ୩୦୯୧୭ କୋଟି ଟଙ୍କା ଜମା ସଂଗ୍ରହ କରାଯାଇଥିବା ବେଳେ ମୋଟ ୨୦୦୫୧ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି । ଯାହା ଦ୍ୱାରା ଋଣ ଓ ଜମାର ଅନୁପାତ ଶତକଡା ୬୫ ପ୍ରତିଶତ ହୋଇଛି । ଚଳିତ ଆର୍ଥିକ ବର୍ଷ ୨୦୨୪ – ୨୫ ବ୍ୟାଙ୍କ ମାନଙ୍କ ପାଇଁ ରଖା ଯାଇଥିବା ଲକ୍ଷ୍ୟଧାର୍ଯ୍ୟ ସଫଳ ପୂରଣ କରିବା ନିମନ୍ତେ ଜିଲ୍ଲାପାଳ ଶ୍ରୀ ପରିଡା ବ୍ୟାଙ୍କ ଗୁଡିକୁ ନିର୍ଦେଶ ଦେଇଥିଲେ । ଚଳିତ ଆର୍ଥିକ ବର୍ଷ ୨୦୨୫ – ୨୬ ପାଇଁ ନାବାର୍ଡ ଦ୍ଵାରା ପ୍ରସ୍ତୁତ କରାଯାଇଥିବା ପିଏଲପି ପୁସ୍ତକକୁ ଉନ୍ମଚୋନ। କରିଥିଲେ । ଆସନ୍ତା ଆର୍ଥିକ ବର୍ଷ ପାଇଁ ବ୍ୟାଙ୍କ ମାନଙ୍କ ଦ୍ୱାରା ପ୍ରାଥମିକ କ୍ଷେତ୍ର ରେ ସର୍ବ ମୋଟ ୧୬୫୫୯.୪୩ କୋଟି ଟଙ୍କା ର ବ୍ୟାଙ୍କ ମାନଙ୍କ ଦ୍ୱାରା ଋଣ ପ୍ରଦାନ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଡ଼ିସେମ୍ବର ୨୦୨୪ ସୁଧା ଜିଲ୍ଲାରେ ମୋଟ ୧୫୪୭୩ କୋଟି ଋଣ ପ୍ରଦାନ କରାଯାଇଛି । ଏଥିରୁ ପ୍ରାଥମିକତା କ୍ଷେତ୍ରରେ ୧୦୨୭୪ କୋଟି ଏବଂ ଅଣ ପ୍ରାଥମିକତା ୫୧୯୯ କୋଟି ଯାହାକି ଲକ୍ଷ୍ୟଧାର୍ଯ୍ୟ ର ମୋଟ ୯୬ ପ୍ରତିଶତ କୃଷିକ୍ଷେତ୍ରରେ ୮୭ ପ୍ରତିଶତ କ୍ଷୁଦ୍ରଶିଳ୍ପ ୭୨ ପ୍ରତିଶତ ମଧ୍ୟମ ଶିଳ୍ପ କ୍ଷେତ୍ରରେ ସେଥି ମଧ୍ୟରୁ ୩୫ପ୍ରତିଶତ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କ୍ଷେତ୍ରରେ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ୪୧ ପ୍ରତିଶତ ଋଣ ପ୍ରଦାନ କରାଯାଇଥିଲା । ଏତ ବ୍ୟତୀତ ଚାଲିଥିବା ସମସ୍ତ ଯୋଜନା ଯାହାକି , ଏମକେୟୁୱାଇ ଯୋଜନା ,ପିଏମ ଇ ଜି ପି, ପିଏମ ଏଫ ଏମ ଇ , ଏବଂ ଡି ଆର୍ ଟି ଇତ୍ୟାଦି ଯୋଜନାର ସଫଳ ରୂପାୟନ କରିବା ପାଇଁ ସମସ୍ତ ବ୍ୟାଙ୍କଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଏହି ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ୟୁନିୟନ ବ୍ୟାଙ୍କ ର ଆର ଏଚ ବଂଶୀଧର ତ୍ରିପାଠୀ, ଆରଵିଆଇ ଏଲ ଡି ଓ ଅନିତ ଶ୍ରଦ୍ଧା ତୋପନ, ନାବାର୍ଡ ର ଡ଼ିଡ଼ିଏମ ସଂଜୀବ ମିଶ୍ର, ପଞ୍ଜାବ ନେସନାଲ ବ୍ୟାଙ୍କ ର ସର୍କିଲ ମ୍ୟାନଜର ଆଲୋକ ରଞ୍ଜନ ସେନାପତି ଓ ଏଲଡିଏମ ହିମାଂଚଳ ସାହୁଙ୍କ ସମେତ ବହୁ ଅଧିକାରୀ ମାନେ ଉପସ୍ଥିତ ଥିଲେ, ଶେଷ ଏଲଡିଏମ ଶ୍ରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ
