ଭୁବନେଶ୍ୱରରେ ରାଜ୍ୟ କଂଗ୍ରେସର ନୂତନ ପ୍ରଭାରୀ ଅଜୟ କୁମାର ଲଲ୍ଲୁ

add-all

ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଲେ ରାଜ୍ୟ କଂଗ୍ରେସର ନୂତନ ପ୍ରଭାରୀ ଅଜୟ କୁମାର ଲଲ୍ଲୁ। ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରଭାରୀଙ୍କୁ ସ୍ୱାଗତ କରିଛନ୍ତି କଂଗ୍ରେସ ବରିଷ୍ଠ ନେତା ସୁରେଶ ରାଉତରାୟ।
ଏଣେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନୂତନ ପ୍ରଭାରୀ ଅଜୟ କୁମାର ଲଲ୍ଲୁ କହିଛନ୍ତି ଜଗନ୍ନାଥଙ୍କ ଭୂମିକୁ ଆସି ମୁଁ ଜଗନ୍ନାଥ ମହାପ୍ରଭୁଙ୍କୁ ପ୍ରଣାମ ଜଣାଇଛି। ଓଡ଼ିଶା ଭଳି ଗୁରୁତ୍ୱପୂର୍ଣ୍ଣ ରାଜ୍ୟର ପ୍ରଭାରୀ ଭାବରେ ଦାୟିତ୍ୱ ଦେଇଥିବାରୁ ମୁଁ ରାହୁଲ ଗାନ୍ଧୀ ଏବଂ ଏଆଇସିସି ସଭାପତିଙ୍କୁ ଧନ୍ୟବାଦ ଦେଉଛି। ପିସିସି ସଭାପତି ଏବଂ ରାଜ୍ୟ କଂଗ୍ରେସ ବରିଷ୍ଠ ନେତାଙ୍କୁ ନେଇ ରାଜ୍ୟ କଂଗ୍ରେସକୁ ମଜଭୁତ କରିବା ସହ ରାଜ୍ୟର ଉନ୍ନତି ପାଇଁ କାର୍ଯ୍ୟ କରିବୁ।ଦୁର୍ନୀତି, ଭାଷ୍ଟାଚାର, ଅନ୍ୟାୟ ଏବଂ ଅତ୍ୟାଚାର ବିରୋଧରେ ଲଢେଇ ଜାରି ରହିବ। କଂଗ୍ରେସ କର୍ମୀଙ୍କ ସାଥୀ ହୋଇ ଆଗକୁ ବଢ଼ିବୁ। ଉତ୍ତର ପ୍ରଦେଶ ଫର୍ମୁଲାକୁ ରାଜ୍ୟରେ ଲଗାଇବେ ନୂତନ ପ୍ରଭାରୀ। ପୁରା ଦେଶରେ ଆମେ ଡବଲ ଇଞ୍ଜିନ ସରକାରଙ୍କ ସହ ଲଢ଼ୁଛୁ। ଆମେ ଡରିବା ଲୋକ ନୁହେଁ, ଲଢ଼ିବା ଲୋକ। ରାହୁଲ ଗାନ୍ଧୀ ନ ଡରି ଲଢ଼ିବା ଶିଖାଇଛନ୍ତି। ଓଡ଼ିଶାରେ କଂଗ୍ରେସ ବହୁତ ବର୍ଷ ଲୋକଙ୍କ ସେଵା କରିଛି, ଲୋକଙ୍କ ଭାବନାକୁ ସମ୍ମାନ ଦେଇ ଶାସନ କରିଛି। ଏବେ ବିଗତ ବର୍ଷ ହେବ ଶାସନ ଠାରୁ ଦୁରେଇ ରହିଛି। କଂଗ୍ରେସ କିନ୍ତୁ ଆଗାମୀ ଦିନରେ ଆମେ ନିଶ୍ଚିତ ଶାସନକୁ ଫେରିବୁ। ପଞ୍ଚାୟତ ନିର୍ବାଚନ ପାଇଁ ଅଧ୍ୟକ୍ଷଙ୍କ ସହ ମିଶି ନକ୍ସା ପ୍ରସ୍ତୁତ କରିବୁ।

ad-week
Leave A Reply

Your email address will not be published.