ବିଚ୍ ରାସ୍ତାରେ ଯୁବକଙ୍କୁ ଗୁଳି କରି ହତ୍ୟା

kalipuja

ବିନିକା: ବିଚ୍ ରାସ୍ତାରେ ଯୁବକକୁ ଗୁଳିକରି ହତ୍ୟା  I ଦୁର୍ବୁର୍ତ୍ତ ଫେରାର ହୋଇଯାଇଥିବା କୁହାଯାଉଛି I ଏହି ଘଟଣା ସୁବର୍ଣ୍ଣପୁର ଡୁଙ୍ଗୁରିପାଲି ଥାନା ସାଲେପାଲି ପାଙ୍କେଲ କେନାଲ ରାସ୍ତା ମଝିରେ ଘଟିଛି I ଯୁବକକୁ ଫିଲ୍ମ ଷ୍ଟାଇଲରେ ମର୍ଡର କରାଯାଇଛି । ପ୍ରାୟ ୫ ରାଉଣ୍ଡ ଗୁଳି ମାରି ବୀଭତ୍ସ ହତ୍ୟା କଲେ ଦୁର୍ବୃତ୍ତ। ମୃତ ଯୁବକ ଜଣକ ହେଲେ ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଗଜବନ୍ଧ ପଞ୍ଚାୟତ ବ୍ରାହ୍ମଣୀପାଲି ଗାଁର ସୁଦାମ ସୁନା । ମୃତ ସୁଦାମ ଗଜବନ୍ଧ ଛକରେ ଏକ ଛୋଟିଆ ଓଲଡିଂ ଦୋକାନ କରି ପରିବାର ଚଳାଉଥିଲେ  I ଗତକାଲି ରାତିରେ ଘରକୁ ଫେରୁଥିବାବେଳେ କେହି ଦୁର୍ବୃତ୍ତ ତାଙ୍କୁ ଗୁଳି କରି ଫେରାର ହୋଇଯାଇଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ କରୁଛି । ତେବେ ପୂର୍ବ ଶତ୍ରୁତା, ପ୍ରେମ ସମ୍ପର୍କ, ବ୍ୟବସାୟ, ଜମିବାଡ଼ି ବିବାଦ କି କେଉଁ କାରଣରୁ ହତ୍ୟା କରାଯାଇଛି ସେନେଇ କାରଣ ଅସ୍ପଷ୍ଟ ରହିଛି  I

ad-week
Leave A Reply

Your email address will not be published.