୨୧ ଯାଏଁ ଚିଲିକା​‌ରେ ଡଙ୍ଗା ଚଳାଚଳ ବନ୍ଦ

kalipuja

ଚିଲିକା: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ କରିଛି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ)। ଆଜିଠାରୁ ଆସନ୍ତା ୨୧ ତାରିଖ ଯାଏଁ ଚିଲିକାରେ ସମସ୍ତ ପ୍ରକାର ଡଙ୍ଗା ଚଳାଚଳ ବନ୍ଦ ରହିବ।

ଏହି ନିଷ୍ପତ୍ତି ଅନୁଯାୟୀ, ଯାତ୍ରୀବାହୀ ଭସାପୋଲ ସେବା ସହ ପର୍ଯ୍ୟଟକଙ୍କ ପାଇଁ ଚାଲୁଥିବା ଡଙ୍ଗା ସେବା ମଧ୍ୟ ବନ୍ଦ ରହିବ। ସମ୍ଭାବ୍ୟ ବାତ୍ୟାର ପ୍ରଭାବରେ ପବନର ବେଗ ବୃଦ୍ଧି ଓ ସମୁଦ୍ର ଅଶାନ୍ତ ହେବାର ଆଶଙ୍କା ଥିବାରୁ ଯାତ୍ରୀ ଓ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ସିଡିଏ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

ad-week
Leave A Reply

Your email address will not be published.