ସମ୍ଭଲରେ ଆଇନଜୀବୀ ବିଷ୍ଣ ଶଙ୍କର ଜୈନଙ୍କୁ ହତ୍ୟା ଷଡ଼ଯନ୍ତ୍ର ହୋଇଥିଲା

ସମ୍ବଲ : ଗତବର୍ଷ ଶେଷ ଆଡ଼କୁ ଉତ୍ତରପ୍ରଦେଶର ସମ୍ଭାଲ ଜିଲ୍ଲା ଚର୍ଚ୍ଚାରେ ରହିଥିଲା। ଗତ ନଭେମ୍ବର ମାସରେ ଏଠାରେ ଥିବା ସାହି ଜାମା ମସଜିଦର ସର୍ଭେ ବେଳେ ହିଂସା କାଣ୍ଡ ଘଟିଥିଲା, ଯେଉଁଥିରେ କିଛି ଲୋକ ପ୍ରାଣ ହରାଇଥିଲେ ଏବଂ ଅନେକ ଆହତ ହୋଇଥିଲେ। ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସମ୍ଭାଲ ହିଂସାରେ ସମ୍ପୃକ୍ତ ଅନେକ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ସେପଟେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ହିଂସା ମାମଲାକୁ ନେଇ ଏପର୍ଯ୍ୟନ୍ତ ସବୁଠାରୁ ବଡ ଖୁଲାସା କରିଛନ୍ତି । ଅଭିଯୁକ୍ତ କହିଛନ୍ତି ଯେ ସମ୍ଭାଲରେ ହିଂସା ସମୟରେ ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନଙ୍କୁ ହତ୍ୟା କରିବାକୁ ଯୋଜନା ହୋଇଥିଲା।
ସୂଚନାଯୋଗ୍ୟ ଯେ ବିଷ୍ଣୁ ଶଙ୍କର ଜୈନ ଅନେକ ଗୁରୁତ୍ୱପୂର୍ଣ୍ଣ ଏବଂ ବିବାଦୀୟ ମାମଲାରେ ଓକିଲାତି ପାଇଁ ସାରା ଦେଶରେ ଜଣାଶୁଣା । ସେସବୁ ମାମଲା ମଧ୍ୟରେ ରହିଛି ରାମ ଜନ୍ମଭୂମି ମାମଲା, ପଦ୍ନନାଭସ୍ବାମୀ ମାମଲା, କାଶୀ ବିଶ୍ବନାଥ ମାମଲା, ସମ୍ଭଲ ମାମଲା ଇତ୍ୟାଦି । ସେ ମୁଖ୍ୟତଃ ହିନ୍ଦୁ ମନ୍ଦିର ସଂପର୍କିତ ମାମଲା ଗୁଡ଼ିକ ଲାଗି ପରିଚିତ ।

ad-week
Leave A Reply

Your email address will not be published.