ନୂତନ ବିଡ଼ିଓଙ୍କୁ ଭେଟିଲେ ବ୍ଲକ ବିଜେଡ଼ି କର୍ମକର୍ତ୍ତା

youtube

ବାଲିଗୁଡା, ତା, ୨୦/୦୨: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକରେ ନୂତନ ଭାବେ ଗୁଣୁପୁରରୁ ବଦଳି ହୋଇ ଆସି ବିଡ଼ିଓ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଶୁଭ୍ରାଞ୍ଜଳି ପ୍ରଧାନ ଙ୍କୁ ଗୁରୁବାର କ.ନୂଆଗାଁ ବ୍ଲକ ଅଧକ୍ଷା ସୁଲୋଚନା ଦଳବେହେରା ଓ ଜିଲ୍ଲାପରିଷଦ ସଦସ୍ୟା ଅନିତା ମଲିକଙ୍କ ନେତୃତ୍ୱରେ ବ୍ଲକର ସମସ୍ତ ବିଜେଡ଼ି ସଦସ୍ୟ ବୃନ୍ଦ ଫୁଲତୋଡ଼ା ଦେଇ ଶୁଭେଚ୍ଛା ଜଣାଇବା ସହ ବ୍ଲକର ପ୍ରତ୍ୟେକ କାର୍ଯ୍ୟକ୍ରମ ପଞ୍ଚାୟତ ଅଞ୍ଚଳରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ସୁଚାରୁ ରୂପେ ହୋଇ ସାମୁହିକ ବିକାଶ ହୋଇପାରିବ ସେନେଇ ସମସ୍ତ ସଦସ୍ୟ ଆଲୋଚନା କରିଥିଲେ l ନୂତନ ଭାବେ ଯୋଗଦାନ ଦେଇଥିବା ବିଡ଼ିଓ ଶୁଭ୍ରାଞ୍ଜଳି ପ୍ରଧାନ ସବୁ ସଦସ୍ୟଙ୍କ ସହଯୋଗରେ ଗ୍ରାମାଞ୍ଚଳ ଓ ବ୍ଲକର ବିକାଶ ସମ୍ଭବ ବୋଲି କହି ସହଯୋଗ କାମନା କରିଥିଲେ l

Leave A Reply

Your email address will not be published.