ଆମ୍ବ ଗଛରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର : ପୋଲିସର ତଦନ୍ତ ଜାରି

youtube

ଉମରକୋଟ /ରାଇଘର : ରାଇଘର ପୋଲିସ ଏକ ଆମ୍ବ ଗଛରୁ ଯୁବକଙ୍କ ମୃତ ଦେହ ଉଦ୍ଧାର କରି ତଦନ୍ତ ପ୍ରକ୍ରିୟା ଜାରି ରଖିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଜଲଙ୍ଗପାରା ପଞ୍ଚାୟତର ନୀରାବେଡା ଗ୍ରାମରେ। ଆତ୍ମହତ୍ୟା କରିଥିବା ଯୁବକ ଜଣଙ୍କ ହେଉଛନ୍ତି ନିରାବେଡା ଗ୍ରାମର ଲଛନ ଗଣ୍ଡଙ୍କ ୨୫ବର୍ଷୀୟ ପୁଅ ରବିନ ଗଣ୍ଡ। ସୁଚନା ଅନୁଯାୟୀ ରବିନ ଘରେ ଏକ କୀରାନା ଦୋକାନ କରିଥିବା ବେଳେ ସ୍ଥାନୀୟ ଗ୍ରାମର ଏକ ଝିଅକୁ ପ୍ରେମ କରୁଥିଲେ। କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ମନାନ୍ତର ମତାନ୍ତର ହେବାରୁ ସେ ପ୍ରେମରେ ବିଫଳ ହୋଇ ମାନସିକ ଭାରସାମ୍ୟ ହରାଇ ବିବ୍ରତ ଅବସ୍ଥାରେ ଥିଲେ। ଆଜି ପ୍ରାୟ ସକାଳ ଛଅ ଘଟିକା ସମୟରେ ଖବର ପାଇ ପରିବାର ଲୋକେ ରବିନଙ୍କ ଘର ଠାରୁ ଅନତି ଦୂରରେ ମକା ଚାଷ ହୋଇଥିବା ଜମି ମଧ୍ୟରେ ଥିବା ଆମ୍ବ ଗଛର ଏକ ଡ଼ାଳରେ ବେକରେ ଦଉଡି ଲଗେଇ ଝୁଲନ୍ତା ଅବସ୍ଥାରେ ରବିନଙ୍କ ମୃତ ଦେହ ଦେଖିଥିଲେ। ପରେ ପରେ ପରିବାର ଲୋକେ ଏ ସଂପର୍କରେ ରାଇଘର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତି କରି ରାଇଘର ଥାନା ସବ ଇନିସପେକ୍ଟର ମନୋରଞ୍ଜନ ବେହେରାଙ୍କ ସହ ମିଳିତ ପୋଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ପାରିପାର୍ଶ୍ବିକ ପରିସ୍ଥିତି କୁ ବିଚାରକୁ ନେଇ ୧୪/୨୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରିରଖିଛି ।

Leave A Reply

Your email address will not be published.