ଦୁର୍ଘଟଣାର ଶିକାର ପରେ କାର୍ଯ୍ୟକ୍ରମରେ ସାମିଲ ହୋଇ କଥା ରଖିଲେ ସୌରଭ ଗାଙ୍ଗୁଲି

add-all

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଅଧିନାୟକ ଏବଂ ପୂର୍ବତନ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି। ସୌଭାଗ୍ୟବଶତଃ ଦୁର୍ଘଟଣାରୁ ସୌରଭ ଗାଙ୍ଗୁଲି ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତାଙ୍କୁ କୌଣସି ପ୍ରକାର ଆଘାତ ଲାଗିନାହିଁ।

ପ୍ରକାଶିତ ରିପୋର୍ଟ ଅନୁସାରେ, ବର୍ଦ୍ଧମାନରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଦୁର୍ଗାପୁର ଏକ୍ସପ୍ରେସୱେ ଦେଇ ଯାଉଥିବା ସମୟରେ ଦନ୍ତନପୁରରେ ସୌରଭ ଗାଙ୍ଗୁଲି ଦୁର୍ଘଟଣାର ଶିକାର ହୋଇଥିଲେ । ଏକ ଲରି ହଠାତ୍ ସୌରଭଙ୍କ କାରକୁ ଓଭରଟେକ୍ କରିବାକୁ ଚେଷ୍ଟା କରୁଥିବା ଦୁର୍ଘଟଣା ଘଟିଥିଲା।

ଦୁର୍ଘଟଣାରେ ପୂର୍ବତନ ଭାରତୀୟ ଅଧିନାୟକଙ୍କୁ କୌଣସି ପ୍ରକାର ଆଘାତ ଲାଗି ନାହିଁ କିନ୍ତୁ ଗାଙ୍ଗୁଲିଙ୍କ ଗାଡ଼ି ପଛରେ ଥିବା ଦୁଇଟି କାର କ୍ଷତିଗ୍ରସ୍ତ ହୋଇଛି। ସଡ଼କ ଦୁର୍ଘଟଣାର ଶିକାର ହେବା ପରେ ବି ସୌରଭ ଗାଙ୍ଗୁଲି ଦେଇଥିବା କଥାରୁ ଓହରି ଯାଇ ନଥି‌ଲେ। ଯେଉଁ କାର୍ଯ୍ୟକ୍ରମ ପାଇଁ ତାଙ୍କୁ ନିମନ୍ତ୍ରଣ କରାଯାଇଥିଲା ସେଠାରେ ନିଶ୍ଚିତ ହୋଇ ଥିବା ସମୟରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସେ ଛାତ୍ରଛାତ୍ରୀ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଆଲୋଚନା କରିଥିଲେ। ଭାରତୀୟ କ୍ରିକେଟର ଭବିଷ୍ୟତ ଉପରେ ନିଜର ମତାମତ ପ୍ରକାଶ କରିଥିଲେ।

ad-week
Leave A Reply

Your email address will not be published.