ମହାପ୍ରଭୁୁ ଲାଗି ହେଲା ଜୈବିକ ଚାଉଳରେ ପ୍ରସ୍ତୁତ ‘ଅମୃତ ଅନ୍ନ’

add-all

ପୁରୀ: ମହାପ୍ରଭୁଙ୍କ ପାଖରେ ଲାଗି ହେଲା ଜୈବିକ ଚାଉଳରେ ପ୍ରସ୍ତୁତ ଅମୃତ ଅନ୍ନ। ଗୁରୁବାର ମଧ୍ୟାହ୍ନ ଧୂପରେ ଭୋଗ ଲାଗିଲା ଅମୃତ ଅନ୍ନ। ସୁଆର ମହାସୁଆର ନିଯୋଗ ପାଞ୍ଚ ପ୍ରକାର ଜୈବିକ ଚାଉଳ ପାଇବା ପରେ ପ୍ରସ୍ତୁତ ହୋଇଥିଲା ଅମୃତ ଅନ୍ନ।

ଝିଲି, ଗୋବିନ୍ଦ ଭୋଗ, କଳାଜିରା, ପଦ୍ମକେଶରୀ, ୧୦୧୪ ଚାଉଳ ମଧ୍ୟରୁ ଗୋବିନ୍ଦ ଭୋଗ ଚାଉଳ ଓ ଝିଲି ଚାଉଳକୁ କୋଠ ଭୋଗରେ ବ୍ୟବହୃତ କରିବା ପାଇଁ ମୋହର ମାରିଲା ଶ୍ରୀମନ୍ଦିର ପ୍ରଶାସନ। ବାକି ପ୍ରଜାତି ଜୈବିକ ଚାଉଳ ସାଧାରଣ ଶ୍ରଦ୍ଧାଳୁଙ୍କ ନିମନ୍ତେ ମହାପ୍ରସାଦ ହୋଇ ଆନନ୍ଦ ବଜାରରେ ବିକ୍ରି ହେବ। ଏହି ମହାପ୍ରସାଦକୁ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ସୁଆର ମହାସୁଆର ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀମାନେ ସେବନ କରିଥିଲେ।

ଆଗାମୀ ଦିନରେ ଏହି ସବୁ ଚାଉଳକୁ ଅଧିକ ମହଜୁଦ ରଖିବାକୁ ବିଭିନ୍ନ ସଂଗଠନମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ, ରାଜ୍ୟ ସରକାରଙ୍କ କୃଷି ବିଭାଗ ପକ୍ଷରୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇବା ପାଇଁ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଆଗକୁ ଡାଲି ଓ ପରିବା ପ୍ରଭୃତି ଜୈବିକ ପଦ୍ଧତିରେ ଉତ୍ପାଦନ କରାଯାଇ ମହାପ୍ରସାଦରେ ବ୍ୟବହାର ହେବ। ଶୀଘ୍ର ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବ।

ad-week
Leave A Reply

Your email address will not be published.