ମାଟ୍ରିକ ପରୀକ୍ଷାର୍ଥୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

add-all

କେନ୍ଦ୍ରାପଡ଼ା: ମାଟ୍ରିକ ପିଲାଙ୍କୁ ଆଣୁଥିବା ବୋଲେରୋ ଦୁର୍ଘଟଣାଗ୍ରସ୍ତ। ନାଳକୁ ଓଲଟିଲା ବୋଲେରୋ। ତାଳଚୁଆ ସାମୁଦ୍ରିକ ଥାନା ଡାଙ୍ଗମାଳ କୃଷ୍ଣନଗର ନିକଟରେ ଦୁର୍ଘଟଣା ଘଟିଛି। ସାଇକେଲ ଆରୋହୀଙ୍କୁ ଧକ୍କା ଦେଇ ଓଲଟିଲା ବୋଲେରୋ। ଏହି ଦୁର୍ଘଟଣାରେ ଜଣେ ଛାତ୍ରୀ ଗୁରୁତର ଏବଂ ଆଉ କିଛି ଛାତ୍ର ସାମାନ୍ୟ ଆହତ ହୋଇଛନ୍ତି।

ସୂଚନା ଅନୁସାରେ ରାଜନଗର ବିବେକାନନ୍ଦ ହାଇସ୍କୁଲ ବାଘମାରିର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବାକୁ ଏକ ବୋଲେରୋରେ ଯିବା ସମୟରେ ଏପରି ଦୁର୍ଘଟଣା ଘଟିଛି। ଗାଡ଼ିରେ ୧୨ ଜଣ ଛାତ୍ରଛାତ୍ରୀ ଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇ ତାଳଚୁଆ ମେଡିକାଲରେ ଭର୍ତ୍ତି କରାଯାଇଛି। ସେହିପରି ଗୁରୁତର ଥିବା ଛାତ୍ରଛାତ୍ରୀଙ୍କୁ ଡାଙ୍ଗମାଳ ମେଡିକାଲରେ ଚିକିତ୍ସିତ କରାଯାଉଛି। ତେବେ ସାଇକେଲ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।

ad-week
Leave A Reply

Your email address will not be published.