ସୀମାନ୍ତରେ ମାଓବାଦୀଙ୍କ ବୋତଲ ବୋମାକୁ ନିଷ୍କ୍ରିୟ କଲେ ଯବାନ…

add-all

ମାଲକାନଗିରି, ୨୪।୨ ମାଲକାନଗିରି ଛତିଶଗଡର ବିଜାପୁର ଜିଲ୍ଲାରେ ମାଓବାଦୀଙ୍କ ଦ୍ଵାରା ଖଞ୍ଜ ଯାଇଥିବା ବିୟର୍ ବୋତଲ ବୋମାକୁ ଠାବ କରି ନିଷ୍କ୍ରିୟ କଲେ ଯବାନ। ସୂଚନା ଅନୁଯାୟୀ ବିଜାପୁର ଜିଲ୍ଲାର ଗାଙ୍ଗାଲୁର ଥାନା ଅନ୍ତର୍ଗତ ପିଡିଆ ସ୍ଥିତ କୋବ୍ରା ବାଟାଲିଆନର ଜବାନ ମାନେ କେରିପୁ ଅଞ୍ଚଳରେ ମାଓ ଦମନ ଅପରେସନ କରିବା ବେଳେ ମାଓବାଦୀ ମାନେ ଜବାନଙ୍କୁ ଟାର୍ଗେଟ କରି ଏହି ବିୟର୍ ବୋତଲ ବୋମା ଲଗାଇଥିବା ଯବାନ ମାନେ ଦେଖିବାକୁ ପାଇଥିଲେ। ଜଙ୍ଗଲ ରାସ୍ତାରେ ଖଞ୍ଜ ଯାଇଥିବା ଏହି ବୋମାକୁ ସୁରକ୍ଷା କର୍ମୀ ଠାବ କରିବା ପରେ ତାହାକୁ ଘଟଣା ସ୍ଥଳେ ହିଁ ନିଷ୍କ୍ରିୟ କରିଛନ୍ତି। ବିୟର୍ ବୋତଲ ବୋମାକୁ ମାଓବାଦୀ ମାନେ ନିଜର ନୂତନ ଅସ୍ତ୍ର ଭାବେ ବ୍ଯ୍ବହାର କରୁଥିବା ବେଳେ ଏହାକୁ ଠାବ କରିବା ମଧ୍ୟ କଷ୍ଟକର ହୋଇଥିବାରୁ ଏହାର ବ୍ଯ୍ବହାର ମାଓ ସଙ୍ଗଠନ ଦ୍ଵାରା ଦିନକୁ ଦିନ ବଢିବାରେ ଲାଗିଛି। ତେବେ ଯବାନ ମାନେ ଏହି ବୋମାକୁ ଉଧାର କରି ନିଷ୍କ୍ରିୟ କରିବାରୁ ଏକ ବଡ ଧରଣର ଅଘଟଣକୁ ଏଡାଇ ଦିଆଯାଇଥିବା ବେଳେ ଯବାନ ମାନେ ବର୍ତ୍ତମାନ ମଧ୍ୟ ସେହି ଅଞ୍ଚଳରେ ତଲାସି ଅଭିଯାନକୁ ଜାରି ରଖିଛନ୍ତି।

ad-week
Leave A Reply

Your email address will not be published.