ଆସିକା ଜନସ୍ୱାସ୍ଥ୍ୟ ବିଭାଗ ର ମର୍ଜିରେ ଜଳ ଯୋଗାଣ, ଲୋକେ ହନ୍ତସନ୍ତ…..!

ଗତ ଛ’ମାସ ହେଲା ପାନୀୟ ଜଳ ସମସ୍ୟା ରେ ସୁଧାର ଆସୁନାହିଁ……

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହରର ଦୁଇ ପାର୍ଶ୍ଵରେ ଋଷିକୂଲ୍ୟା ଓ ବଡ଼ ନଦୀ ପ୍ରବାହିତ ହେଉଛି। ଗତ ଛ’ମାସ ହେଲା ଜନ ସ୍ୱାସ୍ଥ୍ୟ ବିଭାଗ ର ମର୍ଜୀ ରେ ସହାରକୁ ଜଳ ଯୋଗାଣ ହେଉଛି। ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ର ୫,୧୪,୧୫ ୱାର୍ଡ଼ ରେ ଜଳ ଯୋଗାଣ ସମ୍ପୂର୍ଣ୍ଣ ରୂପେ ଯୋଗାଇବା ରେ ବିଫଳ ହୋଉଛି ଜନ ସ୍ୱାସ୍ଥ୍ୟ ବିଭାଗ। ସ୍ୱଳ୍ପ ଧାରାରେ ଜଳ ସ୍ୱଳ୍ପ ସମୟ ଯୋଗାଣ ହେଉଥିବା ସମ୍ପର୍କ ରେ ବାବୁଙ୍କ ଦୃଷ୍ଟି ଆକର୍ଷଣ କରିଲେ ବିଭିନ୍ନ ବାହାନା ଦେଖାଇ ଲୋକଙ୍କୁ ଭୁତାଉ ଥିବା ଯୋଗୁଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦିନକୁ ଦିନ ବଢୁଛି। ବେଳେ ବେଳେ ଯେଉଁ ସମୟରେ ମୂଷଳ ଧାରାରେ ଜଳ ଯୋଗାଣ ହେଉଛି। ଅଧିକାଂଶ ୱାର୍ଡ଼ ରେ ଖାରି ପାନୀୟ ଜଳ ଯୋଗାଣ ହେଉଛି। ଜନ ସ୍ୱାସ୍ଥ୍ୟ ବିଭାଗ ର ସ୍ୱାସ୍ଥ୍ୟ ଖରାପ ବୋଲି ଲୋକେ କହିଲେଣି। ନୂତନ ସରକାର ଗଠନ ପରେ ଆସିକା ବିଧାୟକ ଚଳଚିତ୍ର ଷ୍ଟାଇଲ ରେ ଆସିକା ବ୍ଲକ କକ୍ଷ ଠାରେ ସମସ୍ତ ଅଧିକାରୀ ମାନଙ୍କୁ କାର୍ଯ୍ୟରେ ଅବହେଳା କରିଲେ ବରଦାସ୍ତ କରାଯାଇ ପାରିବ ନାହିଁ ବୋଲି କହିଲଥିଲେ। ବିଧାୟକଙ୍କ ତାଗିତ କେବଳ ତାଗିତ ରେ ରହିଯାଇଛି। ଆସିକା ର ଅଧିକାଂଶ ସରକାରୀ ବାବୁ ଓ ବାବୁଆଣି ମାନେ ବିଧାୟକଙ୍କ ବୋଲ ମାନୁନାହାନ୍ତି।ଯାହା ଫଳରେ ଉପ ଖଣ୍ଡ ଚିକିତ୍ସା ଳୟ ,ତହସିଲ, ବ୍ଲକ, ବିଜ୍ଞାପିତ ଅଞ୍ଚଳ ପରିଷଦ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ଉଠା ଜଳସେଚନ, ଜିଲ୍ଲା କୃଷି କାର୍ଯ୍ୟା ଳୟ, କ୍ଷୁଦ୍ର ଜଳସେଚନ ଆଦି ବିଭାଗର କାର୍ଯ୍ୟାଳୟକୁ ଲୋକେ ଗୁହାରି କରିବାକୁ ଯାଇ ନୟାନ୍ତ ହେଉଥିବା ଦେଖିବାକୁ ମୁଳୁଛି। ଅଧିକାଂଶ ସରକାରୀ କାର୍ଯ୍ୟାଳୟ ଶ୍ରୀହିନ ହୋଇପଡିଛି। ନୂତନ ସରକାର ଆସିବା ପରେ ବି ଆଜି ସୁଦ୍ଧା ବାବୁ ରାଜ ଜାରି ରହିଛି। ମନ୍ତ୍ରୀ ଠାରୁ ବିଧାୟକ ମାନେ କେବଳ ଆକ୍ସନ ମୁଡ଼ ଭଳି ଲୋକ ଦେଖାଣିଆ ଭାବେ କାର୍ଯ୍ୟ କରୁଥିବା ଚର୍ଚ୍ଚା ହେଲାଣି। ଗ୍ରୀଷ୍ମ ଆରମ୍ଭ ରୁ ଗାଁ ରୁ ସହର ସମସ୍ତ ସ୍ଥାନରେ ପାନୀୟ ଜଳ ସମସ୍ୟା ଦେଖା ଗଲାଣି। ବାବୁ ଓ ସ୍ଥାନୀୟ ନେତା ମାନଙ୍କ ଇଚ୍ଛା ଶକ୍ତିର ଅଭାବ ଯୋଗୁଁ ସାଧାରଣ ଜନତା ଅସୁବିଧାର ସମ୍ମୁଖୀନ
ହେଉଥିବା ଆଲୋଚନା ହେଉଛି।

nis-ad
Leave A Reply

Your email address will not be published.