ନବରଙ୍ଗପୁର, ନବରଙ୍ଗପୁର ଆଇନଜୀବୀ ସଂଘର ସଭାପତି ନରସିଂହ ତ୍ରିପାଠୀଙ୍କ ଅଧକ୍ଷତାରେ ସଂଘର ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ସ୍ଥାନୀୟ ଜିଲ୍ଲା ଦୌରା ଜଜ ଅଦାଲତ ପରିସରରେ ଅନୁଷ୍ଠିତ ଏହି ବୈଠକରେ ସଂଘର ଆଗାମୀ ନିର୍ବାଚନ ସମ୍ବନ୍ଧରେ ଆଲୋଚନା ହୋଇଥିଲା । ମାର୍ଚ୍ଚ ୨୯ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ସଂଘର ନିର୍ବାଚନ ପ୍ରକ୍ରିୟାର ସୁପରିଚାଳନା ପାଇଁ ବରିଷ୍ଠ ଆଇନଜୀବୀ ସି ଏଚ ବାବା ଯୁଗନ୍ଧରଙ୍କୁ ନିର୍ବାଚନ ଅଧିକାରୀ ରୂପେ ସର୍ବସମ୍ମତିକ୍ରମେ ଚୟନ କରାଯାଇଛି । ନିର୍ବାଚନ ଅଧିକାରୀ ନିଯୁକ୍ତି ସମ୍ପର୍କରେ ସମ୍ପାଦକ ତପନ ସିଂ ବାର କାଉନସିଲ ଅଫ ଓଡିଶାଙ୍କୁ ଆଜି ପତ୍ର ସଂଖ୍ୟା ୭/୨୦୨୫ ଅନୁଯାୟୀ ଅବଗତ କରିଛନ୍ତି । ଏହି ବୈଠକରେ କୋଷାଧକ୍ଷ ଅନିଲ ଦୀନବନ୍ଧୁଙ୍କ ସମେତ ବରିଷ୍ଠ ଆଇନଜୀବୀ ସି ଏଚ ବାବା ଯୁଗନ୍ଧର , ଶ୍ୟାମ ପ୍ରସାଦ ଗନ୍ତାୟତ, ରବିନ୍ଦ୍ର ପ୍ରସାଦ ପାଢି , ସଦାଶିବ ସାହୁ , ପ୍ରସନ୍ନ ପଟ୍ଟନାୟକ , ସମରେଶ ଗନ୍ତାୟତ , ରାମ ପ୍ରସାଦ ପାତ୍ର ସ୍ନେହଲତା ଦେବୀ , ଅନୁପମା ମଲ୍ଲିକ , ଶଶିଗିରି ରାଓ , ଦେବୀ ପ୍ରସାଦ ସିଂ , ପ୍ରଶାନ୍ତ ପଟ୍ଟନାୟକ , ପ୍ରତାପ ପଣ୍ଡା , ମାନସ ତ୍ରିପାଠୀ , ସନତ ମିଶ୍ର, ସିରଜୁଦ୍ଦିନ ଅହମ୍ମଦ, ସନ୍ତୋଷ ମିଶ୍ର , ସଞ୍ଜୟ ସୁନା, ଜେନିଫର ସୁନା , ମିନାକ୍ଷୀ ପାଢି , ବିଧୁ ଶେଖର ତ୍ରିପାଠୀ , ଦାମୋଦର ତ୍ରିପାଠୀ , ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର , କିଶୋର ପଟ୍ଟନାୟକ , ପ୍ରଫୁଲ୍ଲ ସିଂ , ପ୍ରତାପ ପଣ୍ଡା , କିଶୋରୀ ପଟ୍ଟନାୟକ , ସ୍ୱାଗତିକା ସାମନ୍ତରାୟ , ନମିତା ପଟ୍ଟନାୟକ , ତାଜ ଇମରାନ ସରିଫ ପ୍ରମୁଖ ଆଇନଜୀବୀ ମାନେ ଉପସ୍ଥିତ ରହିଥିଲେ ।
