ଗଞ୍ଜାମରେ ୧ ଲକ୍ଷ ୭୦ ହଜାର ୧୯୩ ଜଣ ଚାଷୀଙ୍କ ଖାତାକୁ ଗଲା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ୧୯ ତମ କିସ୍ତି…

ଛତ୍ରପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରର ଭାଗଲପୁରରୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ୧୯ ତମ କିସ୍ତି ପ୍ରଦାନ କରିଛନ୍ତି । ଡିବିଟି ମାଧ୍ୟମରେ ସିଧାସଳଖ ଚାଷୀଙ୍କ ଆକାଉଂଟକୁ ଦୁଇ ହଜାର ଟଙ୍କା ଯାଇଛି । ଏହି ଯୋଜନାରେ ଚାଷୀମାନେ ବର୍ଷକୁ ଛଅ ହଜାର ଟଙ୍କା ପାଇବେ ଏହା ତିନୋଟି କିସ୍ତିରେ ମିଳିବ । ଏହିଅବସରରେ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା ଙ୍କ ଅଧ୍ୟକ୍ଷତାରେ ଛତ୍ରପୁର ସ୍ଥିତ ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଚାଷୀମାନେ ଉପସ୍ଥିତ ରହି ଭିଡିଓ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ଶୁଣିଥିଲେ । ଏହି ଯୋଜନାର ମୁଖ୍ୟ ଉଦେଶ୍ୟ ହେଉଛି କୃଷକଙ୍କୁ ଚାଷ କାମରେ ସହାୟତା ଦେଇ ସେମାନଙ୍କର ଆର୍ଥିକ ସ୍ଥିତିକୁ ସୁଦୃଢ କରିବା । ଏହି ଅବସରରେ ଗଞ୍ଜାମ ଜିଲାର ୧ ଲକ୍ଷ ୭୦ ହଜାର ୧୯୩ ଜଣ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଦୁଇ ହଜାର ଟଙ୍କା ଲେଖାଏ ଯାଇଛି । ଏହି କାର୍ଯ୍ୟକ୍ରମରେ ସିଡିଓ ମଧୁମିତା, ଜିଲା ମୁଖ୍ୟ କୃଷି ଅଧିକାରୀ ରବି ନାରାୟଣ ପଣ୍ଡା , ଉଦ୍ୟାନ ବିଭାଗ ଉପର୍ନିେଶକ କନ୍ଧ ଜେନା, କୃଷି ବୈଜ୍ଞାନିକ ସୁଜିତ କୁମାର ନାଥ, ଜଳଛାୟା ପ୍ରକଳ୍ପ ରନିର୍ଦେଶକ ପ୍ରଦୀପ କୁମାର ପଟନାୟକ ପ୍ରମୁଖ ମଚାଂସିନ ରହିଥିଲେ । କାର୍ଯ୍ୟକ୍ରମରେ କୃଷି ଅଧିକାରୀ ଓ କୃଷକ ମାନେ ଉପସ୍ଥିତ ଥିଲେ । ଖାତାକୁ ଟଙ୍କା ଆସିଥିବାରୁ ଚାଷୀମାନେ ଖୁସି ଜାହିର କରିଥିଲେ ।

nis-ad
Leave A Reply

Your email address will not be published.