କବିସୂର୍ଯ୍ୟନଗର ଏନଏସି ଅଧ୍ୟକ୍ଷା ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଗଞ୍ଜାମଜିଲ୍ଲାପାଳ ଙ୍କ ନିକଟରେ ଦ୍ୱାରସ୍ଥ ହେଲେ ଉପାଧ୍ୟକ୍ଷଙ୍କ ସହ ୧୪ଜଣ କାଉସିଲର…

add-all

ଛତ୍ରପୁର, : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଏନଏସି ଅଧ୍ୟକ୍ଷା ଏସ. ଲକ୍ଷ୍ମୀ ସେଠି ଙ୍କ ବିରୋଧ ରେ ଅନାସ୍ଥା ପ୍ରସ୍ତାବ ପାଇଁ ମେଳିବାନ୍ଧିଛନ୍ତି ବିଜେଡି କାଉସିଲର l ଏନେଇ ସୋମବାର ଏନଏସି ଉପାଧ୍ୟକ୍ଷ ବିକ୍ରାନ୍ତ କୁମାର ସାହୁ ଙ୍କ ସହ ୧୪ ବିଜେଡି କାଉସିଲର ଛତ୍ରପୁର ଆସି ଗଞ୍ଜାମ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଙ୍କୁ ଭେଟି ସହ ଏକଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି |
କବିସୂର୍ଯ୍ୟନଗର ଏନଏସି ର ୧୮ୱାର୍ଡ ମଧ୍ୟରୁ ୧୭ଟି ରେ ବିଜେଡି କାଉସିଲର ରହିଥିବା ବେଳେ
ଅଧ୍ୟକ୍ଷା ମଧ୍ୟ ବିଜେଡି ର ରହିଛନ୍ତି l ତେବେ ଅଧ୍ୟକ୍ଷା ଏକ ବର୍ଷ ଧରି ଏନଏସି ରେ କୌଣସି ଉନ୍ନତି କାର୍ଯ୍ୟ କରାଇବାକୁ ଦେଉନଥିବା ଓ ସେ ବହୁତ ଦୁର୍ନୀତି ରେ ଲିପ୍ତ ରହିଥିବା ଅଭିଯୋଗ ଆଣି କାଉସିଲର ମାନେ ଅଧ୍ୟକ୍ଷା ଙ୍କ ବିରୋଧ ରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି | ଏପରିକି ଅଧ୍ୟକ୍ଷା ସଠିକ ବୈଠକ କରୁନାହାନ୍ତି, ସରକାରୀ ଅର୍ଥ ହରିଲୁଟ ଭଳି ଅଭିଯୋଗ ଆଣିଛନ୍ତି |

ad-week
Leave A Reply

Your email address will not be published.